Indus Valley Times

ଥମୁନି ହାତୀ-ମଣିଷ ଲଢେଇ ଗଡ଼ିଲାଣି ୬୬୮ମୁଣ୍ଡ

 Breaking News

ଥମୁନି ହାତୀ-ମଣିଷ ଲଢେଇ ଗଡ଼ିଲାଣି ୬୬୮ମୁଣ୍ଡ

November 26
19:50 2024

ଭୁବନେଶ୍ୱର,୨୬/୧୧ : ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ଲୋକମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଫଳରେ ହାତୀ ଆକ୍ରମଣରେ ଜନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ବିଧାନସଭାରେ ତଥ୍ୟ ରଖିଛନ୍ତି।
ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ରାଜ୍ୟରେ ୬୬୮ ଲୋକ ପ୍ରାଣ ହରାଇଥିବା ବେଳେ ୫୦୯ ଜଣ ଆହତ ହୋଇଛନ୍ତି।
ସ୍ଥିତି ଏପରି ଯେ, ଏହି ସଂଖ୍ୟା ସର୍ବଭାରତୀୟ ସ୍ତରରେ ସର୍ବାଧିକ ରହିଛି। ହାତୀମାନଙ୍କ ଆକ୍ରମଣରେ ଦେଶରେ ସର୍ବଧିକ ମୃତ୍ୟୁ ଓଡ଼ିଶାରେ ହୋଇଛି। କେବଳ ୨୦୨୨-୨୦୨୩ ମସିହାରେ ରାଜ୍ୟରେ ୧୪୯ ଜଣ ମୃତ୍ୟୁ ବରଣ କରିଥିବା ରେକର୍ଡରୁ ଜଣା ପଡିଛି। ସେହିପରି ରାଜ୍ୟରେ ହାତୀ ଉପଦ୍ରଵ ମଧ୍ୟ ବୃଦ୍ଧି ପାଇଛି। ସମାନ ସମୟ ମଧ୍ୟରେ ହାତୀମାନେ ୭୩,୬୨୦ ଏକର ଫସଲ ନଷ୍ଟ କରିବା ସହିତ ୧୦,୨୫୯ ଘରକୁ କ୍ଷତି ପହଞ୍ଚାଇଛନ୍ତି।
ତେବେ ଏହି କ୍ଷୟକ୍ଷତି ଏକପାଖିଆ ନୁହେଁ।ହାତୀ ଆକ୍ରମଣ ପରେ ଲୋକମାନଙ୍କର ପ୍ରତିଶୋଧାତ୍ମକ ଆକ୍ରମଣରେ ହାତୀମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ ଉଭୟ ସ୍ୱାଭାବିକ ତଥା ଦୁର୍ଘଟଣାଜନିତ ବିବାଦରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି।
ଏହିଭଳି ସ୍ଥିତିରେ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ଗତ ଛଅ ମାସ ସମୟ ମଧ୍ୟରେ ପାଞ୍ଚ ଚିତାବାଘ ଏବଂ ଅନ୍ୟ ୨୦୦ ବନ୍ୟଜନ୍ତୁ ପ୍ରଜାତିର ଅନ୍ୟ ୨୦୦ ଜଣଙ୍କର ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ, କେବଳ କେନ୍ଦ୍ରାପଡା ଜିଲ୍ଲାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ୨୨ ଜଣ ପ୍ରାଣ ହରାଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31