Indus Valley Times

ଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସ ର ଆନ୍ଦୋଳନ ଧମକ,ରେଲୱେ ଡିଆରଏମ ଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ

 Breaking News

ଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସ ର ଆନ୍ଦୋଳନ ଧମକ,ରେଲୱେ ଡିଆରଏମ ଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ

December 16
10:25 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ଗୟାଗଡ଼,୧୬/୧୨: ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି । ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି ।
ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନ ରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି ।
ଗତ ରଥଯାତ୍ରା ଠାରୁ ଦଶପଲ୍ଲା କୁ ଟ୍ରାଏଲ ରନ କରାଯାଇ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ ସମୟ ଗଡ଼ାଇଗଡ଼ାଇ ଦଶପଲ୍ଲା ଜନସାଧାରଣଙ୍କୁ ବିଜେପି ସରକାର ଭଣ୍ଡାଇ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି କ୍ଷ ରାଜନୈତିକ ଅଭିଶନ୍ଧି କାରଣରୁ ଗତ ଡିସେମ୍ବର ୧ ତାରିଖ ରେ ରେଳ ଗଡ଼ିବା ନେଇ ଦଶପଲ୍ଲା ବାସୀ ଙ୍କ ପ୍ରତୀକ୍ଷା ଅନ୍ତ ଘଟିଛି ।
ଏ ନେଇ ଦଶପଲ୍ଲା ନାଗରିକ କମିଟି, ନୟାଗଡ ନାଗରିକ କମିଟି ପୃଥକପୃଥକ ଭାବେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କ୍ଷ ତଥାପି ରେଳ ଗଡି ପାରିଲାନି । ଦଶପଲ୍ଲା କୁ ରେଳ ଗଡ଼ିବା ନେଇ ସ୍ଥାନୀୟ ସାଂସଦ ଯେତିକି ପ୍ରାଧାନ୍ୟ ଦେଇ ସଂସଦ ରେ ପ୍ରସଙ୍ଗ ଉତ୍ଥାପନ କରୁନଥିବା କଂଗ୍ରେସ ଅଭିଯୋଗ କରିଛି । ଏଥି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା କୁ ମଧ୍ୟ କଂଗ୍ରେଡ଼ ଦାୟୀ କରିଛି ।

କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଦଳିତ ନେତା ଅମୀରଚାନ୍ଦ ନାୟକ, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ସରୋଜ ପରିଡା, ସୁକାନ୍ତ ଶତପଥୀ, କାଶୀନାଥ ନାୟକ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ବୁଲୁ ପରିଡା, ଅଶୋକ ନାୟକ, ଅଶୋକ ଚୌଧୁରୀ, ଶ୍ରୀକାନ୍ତ ଗୁରୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ନୟାଗଡ଼ ଟାଉନଥାନା ଦ୍ୱାରା ସାଇକେଲ ଚୋର ଗ୍ୟାଙ୍ଗ ଗିରଫ
ନୟାଗଡ଼,୧୬/୧୨ : ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୁଲିସ ୨୫ଟି ଚୋରା ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ଶରତ ପ୍ରଧାନଙ୍କ ପୁଅ ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି ।
ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର ବାଙ୍କନିଧୂ ସାହୁଙ୍କ ପୁଅ କୁମର ରଞ୍ଜନ ସାହୁ, ଉକ୍ତ ଗ୍ରାମର ଏକାଦଶୀ ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକ ଓରଫ ଅଖୁ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର କାଳିଆ ସ୍ବାଇଁଙ୍କ ପୁଅ ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି ।
ଗତ ୧୧ ତାରିଖ ନୟାଗଡ଼ ସହର ଗ୍ୟାଲେସ୍କି ଚପଲ ସୋରୁମଠାରୁ ମାଲିକ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା । ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ କୁମର ସାଇକେଲ ଚୋରୀ କରିଥିବା ସୃଷ୍ଟି ହୋଇଥିଲା ।
କୁମରକୁ ପୁଲିସ ପ୍ରଥମେ ହେପାଜତକୁ ନେବା ପରେ ସେ ସବୁ ସତ ମାନିଥିଲା ।ମୁଖ୍ୟ ଅଭିଯୁକ୍ତ ଅଲେଖ ପ୍ରଧାନ କଥାରେ ପରିଚାଳିତ ହୋଇ ଏବଂ ତାହାଠାରୁ ନିଶାଦ୍ରବ୍ୟ ସେବନ କରି ସେମାନେ ଦୀର୍ଘଦିନ ଧରି ଏହି ରାକେଟ ଚଳାଇ ଆସୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ସାଇକେଲ ଚୋରୀ କରି ଏହାକୁ କ୍ରିଦାଶପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକ୍ରି କରାଯାଇଥିଲା ଅଭିଯୁକ୍ତଙ୍କଠାରୁ ସୂଚନା ପାଇଁ ପୁଲିସ ୨୫ଟି ସାଇକେଲ ଜବତ କରିଛି । ଏନେଇ ନୟାଗଡ଼ ଟାଉନଥାନା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031