Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ

March 18
20:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୩ : (ମଙ୍ଗଳବାର )ସନ୍ଧ୍ୟା ଘ ୫.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ଓସ୍ୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କିତ ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ।
। ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବିଭାଗୀୟ ସଚିବଙ୍କ ସହ ଓସୱାନ ହଲରୁ ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଡି ହୋଇଥିଲେ ।
ଆଭାସୀ ବୈଠକ ପୂର୍ବରୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୌଦ୍ଧ ଜ଼ିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ତତ୍ପର ରହିବା ସହିତ ଜନ, ଜୀଵନର କୌଣସି ପ୍ରକାର କ୍ଷୟ, କ୍ଷତି ନ ଘଟିବା ପାଇଁ ପ୍ରସ୍ତୁତ ରହିବା କୁ ନିର୍ଦ୍ଦେଶ ଦେଇଥିଲେ ।
ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବା, ବିଭିନ୍ନ କାର୍ଯ୍ୟାଳୟରେ ପାନୀୟ ଜଳ ଏବଂ ଛାଇ ର ବ୍ୟବସ୍ଥା କରିବା ସହ ଅଧିକାରୀ ମାନେ ନିଜ ଗାଡି ଧରି ଯିବାବେଳେ କୌଣସି ଲୋକ ଅସୁବିଧାରେ ପଡ଼ିଥିଲେ, ନିଜ ଗାଡ଼ିରେ ତାକୁ ଆଣି ମେଡିକାଲରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜ଼ିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜର ମାନବିକତା ଦେଖାଇ ସେବା ମନୋବୃତ୍ତିର ସହ ସେବା ଯୋଗାଇ ଦେବା ସହ ସ୍ବେଛାସେବୀ ସଂସ୍ଥା ର ସଦସ୍ୟ, ସଦସ୍ୟା ମାନଙ୍କୁ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ ।
ଜଙ୍ଗଲ, ଜମି ରେ କୌଣସି ପ୍ରକାର ନିଆଁ ନ ଲଗାଇବା ପ୍ରତି ଦୃଷ୍ଟି ଦେବା,ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଛୋଟ ଛୁଆ ମାନେ ପୋଖରୀ କୁ ଗାଧୋଇବା ଯିବା ସମୟରେ ସତର୍କତା ଅବଲମ୍ବନ କରାଯିବା,ବିଭିନ୍ନ ସମୟରେ ଘଡ଼ଘଡି, ବିଜୁଳି, କୁଆପଥର ବର୍ଷା ସମୟରେ ସୁରକ୍ଷା ଦେବାପାଇଁ ଲୋକଙ୍କୁ ସତର୍କ ତଥା ସଜାଗ କରାଇବା ବିଷୟରେ ଜ଼ିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ଡି ଏସ ପି ଆନନ୍ଦ ଚନ୍ଦ୍ର ଡୁଙ୍ଗଡୁଙ୍ଗ,ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଧିଷ୍ଠିର ମେହେର, ହରଭଙ୍ଗା ଶରତ କୁମାର ସେଠୀ,ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜ଼ିଲ୍ଲା ଜରୁରୀ ଅଧିକାରୀ ସୁଧର୍ମା ମଲ୍ଲିକ ଙ୍କ ସମେତ ବନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ଯୋଗାଣ ବିଭାଗ, ଜ଼ିଲ୍ଲା ମଙ୍ଗଳ ବିଭାଗ, ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ,ଶ୍ରମ ବିଭାଗ,ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ,ସାମାଜିକ ସୁରକ୍ଷା ବିଭାଗ, ଏନ ଏ ସି ବୌଦ୍ଧଗଡ଼ ର ଜ଼ିଲ୍ଲା ସ୍ତରୀୟ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ନିଆ ଯାଇଥିବା ପଦକ୍ଷେପ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ସବିଶେଷ ବିବରଣୀ ବ୍ୟାଖ୍ୟା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031