Indus Valley Times

ଦଶପଲ୍ଲା ରେ ମାଓବାଦୀଙ୍କ ନାଁ ରେ ଘରୁ ଲୁଟିନେଲେ ଟଙ୍କା ଓ ସୁନା ଗହଣା

 Breaking News

ଦଶପଲ୍ଲା ରେ ମାଓବାଦୀଙ୍କ ନାଁ ରେ ଘରୁ ଲୁଟିନେଲେ ଟଙ୍କା ଓ ସୁନା ଗହଣା

ଦଶପଲ୍ଲା ରେ ମାଓବାଦୀଙ୍କ ନାଁ ରେ ଘରୁ ଲୁଟିନେଲେ ଟଙ୍କା ଓ ସୁନା ଗହଣା
October 14
19:32 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୪/୧୦ : ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ମାଓବାଦୀ କହି ଜଣଙ୍କ ଘରୁ ସୁନା ଗହଣା ଲୁଟ ।
ଲୁଟେରା ମାନେ ପିସ୍ତଲ ସହ ଭୁଜାଲି ଧରି ଲୁଟ କରିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟଯେ, ନଛିପୁର ଗ୍ରାମର ବିଜୟ ଗୋଛାୟତଙ୍କ ପରିବାର ସୋଇଥିବା ସମୟ ରେ ପ୍ୟ ରାତି ଗୋଟାଏ ରେ ଏକ ଡକାୟତ ଦଳ ତାଙ୍କ ଘରେ ପହଞ୍ଚିଥିଲେ ।
ଗୋଟିଏ ବଖରାରେ ବିଜୟ ତାଙ୍କ ସ୍ତ୍ରୀ ମଞ୍ଜୁଳା ଗୋଛାୟତ ଓ ନାତୁଣୀ ରିଙ୍କି ଗୋଛାୟାତ ସୋଇଥିବା ବେଳେ ଅନ୍ୟ ଏକ ଘରେ ବୋହୁ ବିଜୟିନୀ ଗୋଛାୟାତ ଓ ନାତୁଣୀ ପିଙ୍କି ଗୋଛାୟାତ ସୋଇଥିଲେ ।
ରାତି ଏକ ଘଣ୍ଟା ସମୟ ରେ ୪ ଜଣ ଡକାୟତ ବିଜୟ ଙ୍କ ଘରର ପ୍ରବେଶ କରିଥିବା ବେଳେ ବାହାରେ ଡକାୟତଙ୍କ ଲିଡର ଓ ଅନ୍ୟଜଣେ ଜଗି ରହିଥିବା ସୂଚନା ମିଳିଛି। ଡକାୟତ ମାନେ ଘର କବାଟ ଖୋଲି ବୋହୁ ଏବଂ ବଡ଼ ନାତୁଣୀ ସୋଇଥିବା ଘରେ ପ୍ରବେଶ କରିଥିଲେ ।
ପରେ ଡକାୟତ ମାନେ ଠାକୁରଙ୍କ ଘର ଚାବି ମାଗିଥିବା ବେଳେ ପରିବାର ଲୋକ ଚାବି ନ ଦେବାରୁ ବଡ ନାତୁଣୀ ପିଙ୍କି କୁ ଉଠାଇନେବେ ବୋଲି ଧମକ ଦେଇଥିଲେ ।
ଏପରିକି ଡକାୟତ ମାନେ ଧରି ଆସିଥିବା କିଛି ନକଲି ଚାବି ମାଧ୍ୟମ ରେ ଠାକୁର ଘର ଚାବି ଖୋଲିବାରେ ସକ୍ଷମ ହୋଇଥିଲେ ଓ ଠାକୁର ଙ୍କ ଘରେ ଥିବା ଏକ ବାକ୍ସ ରୁ ଡକାୟତ ମାନେ ଏକ ସୁନା ହାର,ସୁନା ମାଳି, ଓ ରୁପା ସାମଗ୍ରୀ ଚୋରି କରିନେଇଥିବା ବେଳେ ପାଖରେ ଥିବା ବିଜୟ ଙ୍କ ଦୋକାନ ସଟର ଖୋଲି ପାନ ପୁଡ଼ିଆ ଓ ଦୋକାନ ରେ ଥିବା ସମସ୍ତ ଟଙ୍କା ନେଇ ଯାଇଥିଲେ ।
ଗଲାବେଳେ ଡକାୟତ ମାନେ କହି ଗଲେ ଯେ ଆମେ ଡକାୟତ ନୁହେଁ ଆମେ ମାଓବାଦୀ ।
ଆମେ ତୁମର ଯେତେ ଟଙ୍କା ଓ ଗହଣା ନେଉଛୁ ତାର ଡବଲ କରିଦେବୁ ବୋଲି ଡକାୟତ ମାନେ କହିଥିବା ବିଜୟ ଙ୍କ ପରିବାର ପ୍ରକାଶ କରିଛନ୍ତି ।
ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ସ୍ଥଳରେ ଦଶପଲ୍ଲା ଥାନା ଆଇ ଆଇ ସି ଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଁଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।
ଅନ୍ୟ ପାର୍ଶ୍ୱରେ ଏକ ସରକାରୀ ଜାଗାକୁ ନେଇ ବିଜୟ ପରିବାର ଓ ଗ୍ରାମବାସୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବା ବେଳେ ଗ୍ରାମ ରୁ ବିଜୟ ଙ୍କ ପରିବାର କୁ ବାଛନ୍ଦ କରାଯାଇଛି ।
ତେବେ ଏହି ଡକାୟତି ଘଟଣାରେ ମାଓବାଦୀ ନା ଡକାୟତ ଦଳ ସାମିଲି ଅଛି ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଛି ବ୍ରାଉନ ସୁଗାର ସେବନ କରୁଥିବା ଗୋଷ୍ଠି ଏଭଳି ଘଟଣା ଘଟାଇଥିବା ଚର୍ଚ୍ଚା ହେଉଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031