Indus Valley Times

ଦାନବୀର ତାପଙ୍ଗ ଦଳ ବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ୨୫୬ ତମ ଜୟନ୍ତୀ ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ

 Breaking News

ଦାନବୀର ତାପଙ୍ଗ ଦଳ ବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ୨୫୬ ତମ ଜୟନ୍ତୀ ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ

ଦାନବୀର ତାପଙ୍ଗ ଦଳ ବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ୨୫୬ ତମ ଜୟନ୍ତୀ ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ
September 03
09:25 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୩ /୯ : ଦୁର୍ଗମାଳିନୀ ଓଡ଼ିଶାର ଦୁର୍ଗମାନଙ୍କ ମଧ୍ୟରେ ତାପଙ୍ଗ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ଅଧୀନରେ ଛତ୍ରମାଗଡ଼, ରଥିପୁର, କାଞ୍ଜିଆଗଡ଼, ନରସିଂହପ୍ରସାଦ, ନରଣଗଡ଼ ଓ ମଳିପଡ଼ା ଗଡ଼ ଥିଲା ।
ଏହି ଗଡ଼ର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ପାଇକ ବିଦ୍ରୋହ ପରେ ୧୮୨୭ରେ ଇଂରେଜମାନଙ୍କ ଅଧିନତା ସ୍ୱୀକାର ନ କରି ଖଜଣା ନ ଦେବାରୁ ମିଥୁନ ମାସରେ ଯୁଦ୍ଧ ହୋଇଥିଲା ।
ଗୋଟିଏ ପଟେ ଉଇଲକିନସନ ସାହେବ ଓ ଗୋରା ସୈନ୍ୟ ଓ ଅନ୍ୟପଟେ ଦଳବେହେରା ମାଧବ ରାଉତରାୟ, ସାତ ଜଣ ଦଳବେହେରା, ଚାଳିଶ ଜଣ ଦଳେଇ ଓ ପାଇକମାନେ ଛ’ ଦିନ କାଳ ପ୍ରତ୍ୟକ୍ଷ ସମର କରିଥିଲେ । ଦଳବେହେରାଙ୍କ ଗୁମାସ୍ତା ବିଶ୍ୱାସଘାତକତା କରି ଇଂରେଜଙ୍କୁ ଅସ୍ତ୍ରାଗାରର ଠିକଣା ବତାଇ ଦେବାରୁ ଦଳବେହେରା ପରାସ୍ତ ହେଲେ ।
ଏ ଘଟଣା ‘ଏ ପଂରଗଟନ ଚାପ୍ଟର ଅଫ୍ ଓରିଶାନ ହିଷ୍ଟ୍ରି’, ମୁଣ୍ଡବଳି, ଫିରିଙ୍ଗି କଳି ଭାରତ, ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ଓ ଭାରତୀୟ ସ୍ୱାଧୀନତାକୁ ଖୋରଧା ର ଅବଦାନ ଆଦି ପୁସ୍ତକରେ ବିଶଦ ଭାବେ ବର୍ଣ୍ଣନା ହୋଇଛି ।
୧୭୭୦ ସେପ୍ଟେମ୍ବର ମାସ ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହାନ ସଂଗ୍ରାମୀ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ୨୫୬ତମ ଜୟନ୍ତୀ ତାପଙ୍ଗ ଦଳବେହେରା ସ୍ମୃତି ପରିଷଦ ଓ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି ।
ମୁଖ୍ୟ ସଂଯୋଜକ ଇଂ. ଶିଶିର ନାୟକ ଓ ସମ୍ପାଦକ ସଂଗ୍ରାମ କେଶରୀ ଜଗଦ୍ଦେବଙ୍କ ଦ୍ୱାରା ତାପଙ୍ଗରେ ମାଧବ ଚନ୍ଦ୍ର ରାଉତରାୟଙ୍କ ପ୍ରତିମୂର୍ତିରେ ଓ ଗଡ଼ଖୋର୍ଦ୍ଧା ପଞ୍ଚପାଇକ ପ୍ରତିମୂର୍ତି ଠାରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।
ଅପରାହ୍ଣରେ ଖୋରଧା ଗାୟତ୍ରୀ ମନ୍ଦିରରେ କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଦଳବେହେରା ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ହରିଚନ୍ଦନ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବିକ୍ରମ କେଶରୀ ଚମ୍ପତି, ରାଜକିଶୋର ବଳିଆରସିଂହ, ଡ଼.ଶରଚ୍ଚନ୍ଦ୍ର ମହାପାତ୍ର, ଡ଼.ବୃନ୍ଦାବନ ପଣ୍ଡା, ରାଜେଶ କୁମାର ମହାନ୍ତି, ସାମ୍ବାଦିକ ପ୍ରସନ୍ନ କୁମାର ପାଇକରାୟ, ଡ଼. ଅଶୋକ କୁମାର ରାୟସିଂହ, ବିନାୟକ ପାଇକରାୟ, ଇତିଶ୍ରୀ ସାହୁ, ବିଜୟ କୁମାର ସାମନ୍ତସିଂହାର, ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ପ୍ରାଧ୍ୟାପକ ମନମୋହନ ବଳିଆରସିଂହ, ସୁବାସ ଚନ୍ଦ୍ର ସାମନ୍ତରାୟ, ବୈଦ୍ୟନାଥ ବରାଳ, ଡ଼.ନିରଞ୍ଜନ ମହାନ୍ତି, ଆଡ଼ଭୋକେଟ ବସନ୍ତ କୁମାର ଦାଶ, ଗୋବିନ୍ଦ ଚନ୍ଦ୍ର ମହାରଣା, ଫ୍ଲାଇଟ୍ ଲେଉଟନାଂଟ ବିଦ୍ୟାଧର ଲେଙ୍କା, ସେବତୀ ଭୂୟାଁ, ଜଗବନ୍ଧୁ ସାହୁ, ଗଦାଧର ସାମନ୍ତସିଂହାର ପ୍ରମୁଖ ମହାଦାନୀ ଦଳବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଦଳବେହେରାଙ୍କ ଆଦର୍ଶକୁ ଅନୁକରଣ କରି ପ୍ରତ୍ୟେକ ଭାରତୀୟ ନିଜ ଭାଷା, ଜାତୀୟତା, ମାତୃଭୂମି ଓ ସ୍ୱାଭିମାନ ପ୍ରତି ସଂକଳ୍ପବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031