Indus Valley Times

ହେଲମେଟ୍ ନପିନ୍ଧିବା ହେଉଛି କାଳ ; ବର୍ଷକରେ ଗଲାଣି ୧୬୯୬ ଜୀବନ

 Breaking News

ହେଲମେଟ୍ ନପିନ୍ଧିବା ହେଉଛି କାଳ ; ବର୍ଷକରେ ଗଲାଣି ୧୬୯୬ ଜୀବନ

ହେଲମେଟ୍ ନପିନ୍ଧିବା ହେଉଛି କାଳ ; ବର୍ଷକରେ ଗଲାଣି ୧୬୯୬ ଜୀବନ
September 11
16:34 2025

ଭୁବନେଶ୍ୱର, ୧୧/୯: ରାଜ୍ୟରେ ଦିନକୁ ଦିନ ସଡ଼କ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଉଛନ୍ତି, ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ବିଷୟରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନ କରୁନାହାନ୍ତି । ୨୦୨୪ରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ଏଭଳି ତଥ୍ୟ କିଛି ସାମ୍ନାକୁ ଆସିଛି ।
ସଡ଼କ ସୁରକ୍ଷା ନିୟମ ପାଳନର ପ୍ରାଥମିକ ସ୍ତର ହେଉଛି ଦୁଇ ଚକିଆରେ ଦୁଇରୁ ଅଧିକ ନ ଯିବା ଏବଂ ଉଭୟ ଚାଳକ ଓ ଆରୋହୀ ହେଲମେଟ୍ ନିଶ୍ଚୟ ପିନ୍ଧିବା। ଏ କଥା ପ୍ରାୟ ସମସ୍ତେ ଜାଣିଛନ୍ତି ।
କିନ୍ତୁ ହେଲମେଟ୍ ପିନ୍ଧିବାରେ ଅବହେଳା କରିବା ମହଙ୍ଗା ସାବ୍ୟସ୍ତ ହେଉଛି, ତାହା ୨୦୨୪ର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି। କାରଣ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର କାରଣ ଅନୁଧ୍ୟାନରୁ ଜଣାପଡ଼ିଛି, ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତେବେ ସବୁଠୁ ବଡ଼ କଥା ହେଉଛି, ଗତବର୍ଷ ହେଲମେଟ ନ ପିନ୍ଧିବା କାରଣରୁ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031