Indus Valley Times

ଦିନରେ ତତଲା ଖରା, ରାତିରେ ଗରମ ବାମ୍ଫ ; ୨୩ ଯାଏ କଲବଲ କରିବ ତାତି

 Breaking News

ଦିନରେ ତତଲା ଖରା, ରାତିରେ ଗରମ ବାମ୍ଫ ; ୨୩ ଯାଏ କଲବଲ କରିବ ତାତି

ଦିନରେ ତତଲା ଖରା, ରାତିରେ ଗରମ ବାମ୍ଫ ; ୨୩ ଯାଏ କଲବଲ କରିବ ତାତି
May 20
10:24 2026

ଭୁବନେଶ୍ୱର, ୨୦/୫ : ରାଜ୍ୟରେ ଅଣାୟତ ହେଲାଣି ତାତି। ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା। ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି। ଯାହାଫଳରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
୧୭ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୪୩.୪ପ୍ସଉ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତିର ପ୍ରକୋପ ଏଭଳି ଭାବେ ଅନୁଭୂତ ହେଉଛି। ତେଣୁ ଆସନ୍ତା ୩ ଦିନରେ ରାଜ୍ୟରେ ୩ ଡିଗ୍ରି ସେଲସିୟସ ବଢ଼ିବ। ପାରଦ ୪୫ ଡିଗ୍ରୀ ଛୁଇଁ ପାରେ।
ଏହି ଅସହ୍ୟ ଖରାରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ। ତେଣୁ ତାତିକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଦିନ ୧ ରୁ ୫ ପର‌୍ୟ୍ୟନ୍ତ କାମ ନ କରିବା ନିର୍ଦେଶ ଦିଆଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଠିକା ସଂସ୍ଥା ସେମାନଙ୍କୁ କାମ କରିବା ପାଇଁ ବାଧ୍ୟ କରନ୍ତି। ତେବେ ତାଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31