Indus Valley Times

ଦୀପାବଳି ପରେ ଆରମ୍ଭ ହେବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ ପାଠପଢ଼ା : ଗଣଶିକ୍ଷା ମନ୍ତ୍ରୀ

 Breaking News

ଦୀପାବଳି ପରେ ଆରମ୍ଭ ହେବ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଅଫଲାଇନ ପାଠପଢ଼ା : ଗଣଶିକ୍ଷା ମନ୍ତ୍ରୀ

October 31
16:00 2021

ଭୁବନେଶ୍ୱର, ୩୧/୧୦ : ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୁବ୍ଶୀଘ୍ର ଖୋଲିପାରେ ସ୍କୁଲ୍। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏ ସଂପର୍କରେ ନେଇ ପାରନ୍ତି ନିଷ୍ପତ୍ତି।
ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ୍ରେ ହେଉଛି।
ତେଣୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ୍ ଖୋଲିବାକୁ ସରକାର ତୁରନ୍ତ ନିଷ୍ପତ୍ତି ନେବେ। ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏନେଇ ନିଷ୍ପତ୍ତି ନେଇପାରନ୍ତି।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି। ତେଣୁ ପର୍ଯ୍ୟାୟକ୍ରମେ ଏଗୁଡ଼ିକୁ ଖୋଲିବାକୁ ବିଚାର କରାଯାଉଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଯଥାକ୍ରମେ ସ୍କୁଲ୍ ତଥା କଲେଜ ଯାଉଛନ୍ତି। ଶ୍ରେଣୀ ଗୃହରେ ସେମାନଙ୍କ ପାଠପଢ଼ା ହେଉଛି।
ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଶ୍ରେଣୀ ଗୃହରେ ପାଠପଢ଼ା ହେଉଛି। ନଭେମ୍ବର ପହିଲାରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରେ ହେବ।
ସେହିଭଳି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରୁ ଆରମ୍ଭ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031