Indus Valley Times

ଦୁଇ ଦିନିଆ ରାଜ୍ୟ ସ୍ତରୀୟ କ୍ୱାନକିଡୋ ସେମିନାର ଓ ପ୍ରଶିକ୍ଷକ କର୍ମଶାଳା ଉଦଯାପିତ

 Breaking News

ଦୁଇ ଦିନିଆ ରାଜ୍ୟ ସ୍ତରୀୟ କ୍ୱାନକିଡୋ ସେମିନାର ଓ ପ୍ରଶିକ୍ଷକ କର୍ମଶାଳା ଉଦଯାପିତ

October 18
19:47 2021

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ କ୍ୱାନକିଡୋ ସେମିନାର ଓ ପ୍ରଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି।
ଏଥିରେ ୧୧ ଜିଲ୍ଲାର ୫୦ ରୁ ଉର୍ଦ୍ଧ ବ୍ଲାକ ବେଲ୍ଟ ପ୍ରଶିକ୍ଷକ ମାନେ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ବିଶ୍ୱ ସ୍ତରୀୟ କ୍ୱାନକିଡୋ ଖେଳିବା ପାଇଁ ଓଡ଼ିଶାରୁ ତିନି ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି।ସେମାନେ ହେଲେ କନ୍ଧମାଳ ଜିଲ୍ଲାର ପୂଜାରାଣୀ ସାହୁ, ପ୍ରକାଶ କୁମାର ଦିଗାଳ ଓ ରାଉକେଲାର ଜେଠା ଖାଲକୋ ସମସ୍ତ ପ୍ରତଯୋଗୀଙ୍କର ନାମ ଆୟୋଜିତ ହୋଇଥିବା
ଏହି କର୍ମଶାଳାରେ ଘୋଷଣା କରାଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମାର୍ଶାଲ କଳାକୁ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରକାଶ କରିଥିଲେ ।ପ୍ରଥମ ଥର ପାଇଁ ଓଡ଼ିଶାରୁ ବିଶ୍ୱ ସ୍ତରୀୟ କ୍ୱାନକିଡ ପ୍ରତିଯୋଗିତାରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର ଭାଗ ନେବାକୁ ଯାଉଥିବା ଜଣାପଡ଼ିଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଆୟୋଜକ ଦାରିଙ୍ଗବାଡି କ୍ୱାନକିଡୋ ଆସୋସିଏସନକୁ ପ୍ରଶଂସା କରିବା ସହ ଦାରିଙ୍ଗବାଡି କ୍ୱାନକିଡୋ ଆସସିଏସନର ପ୍ରଶିକ୍ଷକ ଭେନୁସ ନାୟକଙ୍କର ଏହି ପ୍ରୟାସ କୁ ନେଇ ସାଧୁବାଦ ଦେଇଥିଲେ।
ଦାରିଙ୍ଗବାଡି ଠାରେ ଏପରି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରି ଅଞ୍ଚଳର ପିଲାମାନଙ୍କୁ ବିଶେଷ କରି ଝିଅମାନଙ୍କୁ ଆତ୍ମସୁରକ୍ଷା ଶିକ୍ଷା ଦେଇ ଆସୁଥିବା କ୍ୱାନକିଡୋ ପ୍ରଶିକ୍ଷକ ଭେନୁସ ନାୟକ, ରାଜ୍ୟରୁ ଉପସ୍ଥିତ ଥିବା କ୍ୱାନକିଡୋ ପ୍ରଶିକ୍ଷକ ଓ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଓଡ଼ିଶା କ୍ୱାନ କିଡୋ ଆସୋସିଏସନର ଟେକନିକାଲ ନିର୍ଦ୍ଦେଶକ ଭେନୁସ କୁମାର ନାୟକଙ୍କ ତତ୍ୱାବଧାନରେ ,ବରିଷ୍ଟ ବ୍ଲାକ ବେଲ୍ଟ ଛାତ୍ର ଶରତ ଚନ୍ଦ୍ର ଦିଗାଲ,ଏଲିଆସ ପ୍ରଧାନ, କଲ୍ୟାଣି କେଶରୀ ଦିଗାଳ ଏହାକୁ ପରିଚାଳନା କରିଥିଲେ ।
ଓଡ଼ିଶା ଆସୋସିଏସନ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାର ମୂଖ୍ୟ ବିଶ୍ୱଜିତ ବାରିକ, ସନ୍ତୋଷ ବେହେରା, ବଦ୍ରି ନାରାୟଣ, ଜେଠା ଖାଲକୋ, ରାଜେଶ ସିଂ, ରାଜେଶ, କାହ୍ନଆ ପ୍ରମୁଖ ଉପସ୍ଥିତ ଥିଲେ। ଦାରିଙ୍ଗବାଡି କ୍ୱାନ କିଡୋ ଆସୋସିଏସନର ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031