Indus Valley Times

ଦୁଇ ଦିନ ମଧ୍ୟରେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି ମୋଦିଙ୍କ ମା’

 Breaking News

ଦୁଇ ଦିନ ମଧ୍ୟରେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି ମୋଦିଙ୍କ ମା’

December 29
17:06 2022

ଅହମଦାବାଦ,୨୯/୧୨: ଏବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ୨ଦିନ ମଧ୍ୟରେ ଡିସଚାର୍ଜ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥାରେ ନିରନ୍ତର ଉନ୍ନତି ଆସୁଛି। ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅପଡେଟ ଦେଇ ଆଜି ଏଭଳି କହିଛନ୍ତି ଗୁଜରାଟ ସରକାର।
ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଡାକ୍ତରଙ୍କ ଅନୁଯାୟୀ – ତାଙ୍କୁ ବର୍ତ୍ତମାନ ତରଳ ଖାଦ୍ୟ ଦିଆଯାଉଛି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତାଙ୍କୁ କିଛି ଦିନ ମଧ୍ୟରେ ଡିସଚାର୍ଜ କରାଯିବା।
ତେବେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ପହଞ୍ଚିଥିଲେ, ଯେଉଁଠାରେ ସେ ମା’ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ରହିଥିଲେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ନିଶ୍ୱାସ ନେବାରେ ସମସ୍ୟା ଏବଂ ରକ୍ତଚାପ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋଦୀ ଶେଷ ଥର ପାଇଁ ଗାନ୍ଧିନଗରରେ ତାଙ୍କ ମା’ଙ୍କୁ ଭେଟିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031