Indus Valley Times

ଆଜି ରାତି ସୁଦ୍ଧା ଭାର୍ଗବୀ ଓ ଦୟା ନଦୀରେ ପିକ୍ ପାର କରିବ ବନ୍ୟା ଜଳ’

 Breaking News

ଆଜି ରାତି ସୁଦ୍ଧା ଭାର୍ଗବୀ ଓ ଦୟା ନଦୀରେ ପିକ୍ ପାର କରିବ ବନ୍ୟା ଜଳ’

August 09
15:50 2024

ଭୁବନେଶ୍ୱର,୯/୮: ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ରୁ ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଫୁଲି ଚାଲିଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଏନେଇ ୧୦ ଜିଲାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ। ବିଶେଷକରି ତଳିଆ ଅଞ୍ଚଳ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ସତର୍କ କରାଇଛନ୍ତି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନ କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଭକ୍ତ ରଞ୍ଜନ ମହାନ୍ତି। କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ। ଏନେଇ ସତର୍କ ରହିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏପରିକି ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ। ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣି ପଶିପାରେ ବୋଲି ସେ ସତର୍କ କରାଇଛନ୍ତି।
ଏନେଇ ଖୋର୍ଦ୍ଧା, ପୁରୀ ଜିଲାର ଅଧିକାରୀଙ୍କୁ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବୈତରଣୀ ଜଳସ୍ଥର ବଢୁଥିବା ବେଳେ ବଡ଼ ବର୍ଷା ନ ହେଲେ ଜଳସ୍ତର ଖସିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଆଦି ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031