Indus Valley Times

ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି

 Breaking News

ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି

ଦେଓମାଳିରେ ଭ୍ରମଣ ଲାଗି ଜିଲ୍ଲା ପ୍ରଶାସନର କଟକଣା: ୧୪୪ ଧାରା ଜାରି
November 22
11:33 2022

ଦୋଓମାଳି, ୨୨/୧୧: ରାତି ୯ରୁ ସକାଳ ୮ଟା ଯାଏଁ ଦେଓମାଳିରେ ୧୪୪ ଧାରା ଲାଗୁ ହୋଇଛି । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ଏନେଇ ଚିଠି ମାଧ୍ୟମରେ ଘୋଷଣା କରିଛନ୍ତି । ସୋମବାର ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀ ଯାପନ କରିବା ଓ ବିଳମ୍ବିତ ରାତି ଯାଏ ସେଠାରେ ରହି ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କରା ଯାଇଥିବା ଉନ୍ନୟନ କାର‌୍ୟ୍ୟ ଓ ସରକାରୀ ସମ୍ପତିର କ୍ଷତି କରୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।
ସୋମବାର ମଧ୍ୟ ରାତ୍ରୀରୁ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏସପି ଓ କୋରାପୁଟ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ଷମ କରିବା ଦାୟିତ୍ୱ ଦିଆଯାଇଛି ଓ ଏହା ଆସନ୍ତା ୬୦ ଦିନ ଯାଏ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଅପରାଧିକ ମାମଲା ରୁଜୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031