Indus Valley Times

ଧଉଳି ନିକଟରୁ ସ୍ୱିଗି ଡେଲିଭରି ବୟଙ୍କୁ ଅପହରଣ ଅଭିଯୋଗ; ପରିବାର ଲୋକଙ୍କ ପାଖକୁ ଆସୁଛି ଭଏସ ମେସେଜ

 Breaking News

ଧଉଳି ନିକଟରୁ ସ୍ୱିଗି ଡେଲିଭରି ବୟଙ୍କୁ ଅପହରଣ ଅଭିଯୋଗ; ପରିବାର ଲୋକଙ୍କ ପାଖକୁ ଆସୁଛି ଭଏସ ମେସେଜ

September 12
11:22 2021

ଭୁବନେଶ୍ୱର, ୧୨/୯ : ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଜଣେ ସ୍ୱିଗି ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍, ମନିପର୍ସ ଓ ଗଞ୍ଜି ମିଳିଛି।
ଏହି ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି।
ଯେଉଁ ରାସ୍ତାରେ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ପଡ଼ିଛି ସେଠାରେ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍ ବି ପହଞ୍ଚିଛି। ସେଠାରେ ଏକ ଛୁରୀ ମଧ୍ୟ ପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ଯାଞ୍ଚ କରୁଛି।
ଏହି ଘଟଣାକୁ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଜଗତସିଂହପୁର ଜିଲ୍ଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031