Indus Valley Times

ନକଲି ମେଡିସିନ୍ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

 Breaking News

ନକଲି ମେଡିସିନ୍ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

September 12
19:48 2022

କଟକ,୧୨/୯: କଟକରେ ନକଲି ମେଡିସିନ୍ କାରବାର ମାମଲାର ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସୋମବାର ଦିନ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଅଭିଯୁକ୍ତ । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଏହାପରେ ପୋଲିସ୍ ଏହି ମାମଲାରେ ତଦନ୍ତ କରିଥିଲା । ନକଲି ମେଡିସନ୍ କେଉଁଠୁ ଆସୁଛି? କିଏ ଏହାକୁ ପ୍ରସ୍ତୁତ କରୁଛି ? ଏସବୁର ଚେର ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହେବ ବୋଲି ଗତକାଲି କଟକ ଡିସିପି କହିଥିଲେ ।
ଟେଲମା -୪୦ ନକଲି ମେଡିସିନ୍ ବିକ୍ରି ଘଟଣାର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ବି ହୋଇଥିଲା । ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସଂଘ ସଦସ୍ୟତା ରଦ୍ଧ କରିବା ସହ କାର‌୍ୟ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଥିଲା । କଟକ ସମେତ ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ଚଢ଼ାଉ ବି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031