Indus Valley Times

ନଦୀର ପ୍ରଖର ଜଳସ୍ରୋତ ଭିତରେ ଗଛକୁ ଧରି ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

 Breaking News

ନଦୀର ପ୍ରଖର ଜଳସ୍ରୋତ ଭିତରେ ଗଛକୁ ଧରି ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

ନଦୀର ପ୍ରଖର ଜଳସ୍ରୋତ ଭିତରେ ଗଛକୁ ଧରି ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି
September 01
20:21 2025

ମାଲକାନଗିରି, ୧/୯: ଦୀର୍ଘ ୧୮ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ହେଲେ ଯୁବକ । ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା CRPF । ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଜଣେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସାବେରୀ ନଦୀର ପ୍ରଖର ସ୍ରୋତରେ ଯୁବକ ଜଣକ ଫସିଥିଲେ ।
ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ନଦୀର ପ୍ରଖର ସ୍ରୋତ ପାଇଁ ଉଦ୍ଧାର କାର‌୍ୟ୍ୟରେ ବିଳମ୍ବ ହୋଇଥିଲା । ଦୀର୍ଘ ୧୮ ଘଣ୍ଟା ପରେ ହେଲିକପ୍ଟର ସାହାଯ୍ୟରେ ଯୁବକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଯୁବକଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ସୁକମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ସୂଚନା ଯୋଗ୍ୟ, ଗତକାଲି ଯୁବକ ଜଣକ ସୁକମା ଜିଲ୍ଲା ତେଲବର୍ତ୍ତୀ ଗାଁକୁ ଡଙ୍ଗାରେ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଏହି ସମୟରେ ସାବେରୀ ନଦୀର ପ୍ରବଳ ସ୍ରୋତ ପାଇଁ ଡଙ୍ଗାରେ ପାଣି ପଶିଥିଲା ଏବଂ ତାହା ଓଲଟି ପଡିଥିଲା । ଏହି ଘଟଣାରେ ଯୁବକ ଜଣକ ସାହସ ରଖି ନଦୀର ଜଳସ୍ରୋତକୁ ଭୟ ନ କରି ଗଛୁବୁଦାକୁ ଜାବୁଡ଼ି ଧରିଥିଲେ। ବହୁ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031