Indus Valley Times

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

 Breaking News

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ
November 14
17:49 2024

ଭୁବନେଶ୍ୱର, ୧୪/୧୧: ରାଜ୍ୟରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୨୦୨୫, ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ ।
ସକାଳ ୯ଟାରୁ ପୂର୍ବାହ୍ନ ୧୧ ଘଣ୍ଟା ୩୦ ମିନିଟ୍ ଯାଏ ପରୀକ୍ଷା ଚାଲିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ସେଥିପାଇଁ ଗଣିତ ପରୀକ୍ଷା ୧୧ ଘଟିକା ୪୫ ମିନିଟରେ ଶେଷ ହେବ । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ସମାନ ସୂଚୀ ରହିଛି ।
ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃୟାରୀ ୨୧ରେ ପ୍ରଥମ ଭାଷା ତଥା ସାହିତ୍ୟ ୨୪ରେ ଦ୍ୱିତୀୟ ଭାଷା ତଥା ଇଂରାଜୀ ଓ ୨୭ ତାରିଖରେ ଗଣିତ ପରୀକ୍ଷା କରାଯିବ । ସେହିପରି ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୬ ତାରିଖରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା କରାଯିବ ।
ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ରହିବ । ଅବଜେକ୍ଟିଭ୍ ଓଏମ୍ଆର୍ ସିଟରେ ସବଜେକ୍ଟିଭ୍ ଉତ୍ତର ଖାତାକୁ ସଲଗ୍ନ କରି ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ଫେବୃୟାରୀ ୨୫ ତାରିଖରେ ଟିଏଲଭି ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୬ ରେ ଭୋକେସନାଲ ଟ୍ରେଡ୍ ଥିଓରି ପରୀକ୍ଷା ହେବ । ସକାଳ ୯ଟାରୁ ୧୧ ଯାଏ ଏହି ପରୀକ୍ଷା ଚାଲିବ ।
୨୧-୦୨-୨୫- ପ୍ରଥମ ଭାଷା (ସାହିତ୍ୟ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ )
୨୪-୦୨-୨୫- ଦ୍ଵିତୀୟ ଭାଷା (ଇଂରାଜୀ, ହିନ୍ଦୀ)
୨୫-୦୨-୨୫- ଞଖଠ ପ୍ରାକ୍ଟିକାଲ
୨୭-୦୨-୨୫- ଗଣିତ
୦୧-୦୩-୨୫- ବିଜ୍ଞାନ
୦୩-୦୩-୨୫- ସାମାଜିକ ବିଜ୍ଞାନ
୦୬-୦୩-୨୫- ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ଶି)

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031