Indus Valley Times

ନବୀନଙ୍କ ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ‘ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ହେଲେ ୨୪ ବର୍ଷରେ ପାରିଲେନି ନବୀନ’

 Breaking News

ନବୀନଙ୍କ ଉପରେ ବର୍ଷିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ‘ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ହେଲେ ୨୪ ବର୍ଷରେ ପାରିଲେନି ନବୀନ’

November 06
19:26 2025
ନୂଆପଡା, ୬/୧୧: ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି। ନୂଆପଡ଼ା ପଞ୍ଚମପୁରରେ ଜୟଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ବିଜେଡି ଓ କଂଗ୍ରେସକୁ ବିଷ୍ଣୁଦେବ ସାଏ କଡ଼ା ସମାଲୋଚନା କରିଛନ୍ତି। ବିଷ୍ଣୁଦେବ କହିଛନ୍ତି, କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪ ବର୍ଷ ଶାସନ କରିଛି।

ନୂଆପଡ଼ା ପ୍ରଚାର ମୈଦାନରେ ବିଜେପି ପ୍ରାର୍ଥୀ ରାଜୁ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି “ଆପଣଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ, ହେଲେ ଓଡ଼ିଆ ଶିଖି ପାରିଲେ ନାହିଁ। ହେଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ହିମାଚଳ ପ୍ରଦେଶର ଝିଅ।

ସେ ହିନ୍ଦୀ କ୍ଷେତ୍ରରୁ ଓଡ଼ିଶା ଆସି ଓଡ଼ିଆ ଶିଖିଗଲେ। କିନ୍ତୁ ଆପଣଙ୍କ ପୂର୍ବ ମୁଖ୍ୟମନ୍ତ୍ରୀ ରାଇଜ ଚଳାଇବା ଲାଗି ଓଡ଼ିଆ ଶିଖି ପାରିଲେ ନାହିଁ।” ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଞ୍ଚରୁ ଏଭଳି କହି ଓଡ଼ିଆ ଭାଷାକୁ ନବୀନ ପଟ୍ଟନାୟକ କେତେ ଭଲ ପାଉଥିଲେ ସେ କଥା କହିଛନ୍ତି ବିଷ୍ଣୁଦେବ ସାଏ।  ଆପଣମାନେ ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ। ବର୍ତ୍ତମାନର ଭାଜପା ସରକାରଙ୍କୁ ମଧ୍ୟ ଦେଖୁଛନ୍ତି। ଆମ ଦଳ ହେଉଛି ବିଶ୍ବର ସବୁଠାରୁ ବଡ଼ ରାଜନୈତିକ ଦଳ। ୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି। କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି, ମାତ୍ର ଭାଜପାରେ ଏହି ପରମ୍ପରା ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଇଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ ଦଳ ଚିନ୍ତା କରିଛି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031