Indus Valley Times

ମୃତ ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ ଓ ପୂଜାର୍ଚ୍ଚନା ପରେ ପ୍ରାଣ ପ୍ରତିଷ୍ଠା

 Breaking News

ମୃତ ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ ଓ ପୂଜାର୍ଚ୍ଚନା ପରେ ପ୍ରାଣ ପ୍ରତିଷ୍ଠା

April 03
17:03 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡା,୩/୪ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପ୍ରାଣ ପ୍ରତିଷ୍ଠା କରାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଡାକ୍ତର ସମୀର ହଠାତ ଅସୁସ୍ଥ ହୋଇପଡ଼ିଥିଲେ କ୍ଷ ତାଙ୍କୁ ତୁରନ୍ତ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲ ।
ସେ ଆରପାରିକୁ ଚାଲି ଯାଇଥିଲେ । ତେବେ ନିଜ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ, ପୁଅ-ଝିଅ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଏତେ ବଡ଼ ଘରଟା ଭିତରେ ଅସହାୟ ଅସହାୟ ଅନୁଭବ କରିଥିଲେ। ଫଳରେ ସ୍ୱାମୀଙ୍କୁ ଘରେ ହିଁ ସ୍ଥାପନ କରି ରଖିବାକୁ ଇଚ୍ଛା କରିଥିଲେ ସାଗରିକା।
ଏଥିପାଇଁ ଦୁଇ ବର୍ଷ ପରେ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ମନସ୍ତ କରିଥିଲେ। ଏଥିପାଇଁ ଧାର କରଜ କରିବା ସହ ନିଜ ସୁନାଗହଣା ବିକ୍ରି କରି ପ୍ରତିମୂର୍ତ୍ତିଟିଏ ଗଢି ତୋଳିଛନ୍ତି। ତା ସାଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ବର୍ତମାନ ପୂର୍ଣ୍ଣ ପୂର୍ଣ୍ଣ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ସ୍ତ୍ରୀ ସାଗରିକା ଓ ପୁଅ-ଝିଅ ।
ଏନେଇ ନିର୍ମଳ ଚେହେରା, ସୁନ୍ଦର ଠାଣି ଆଉ ହସ ହସ ମୁଖ… କେତେ ଜୀବନ୍ତ ସତରେ ଏ ପ୍ରତିମୂର୍ତ୍ତିକୁ ମୁନିଗୁଡାର ପୁରହିତ ନିକୁଞ୍ଜ ଶତପଥୀଙ୍କ ପୌରାହିତ୍ୟରେ ହିନ୍ଦୁ ରୀତିନୀତିରେ ମନ୍ତ୍ରପାଠ ଦେବ ଦେବୀଙ୍କ ପୂଜାର୍ଚ୍ଚନା ପରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।
ଅନ୍ୟପଟେ ପରିବାର ଲୋକ କେବଳ ମୂର୍ତ୍ତି ତିଆରି ନୁହେଁ, ପ୍ରାଣ ପ୍ରତିଷ୍ଠା କରାଇ ଚର୍ଚ୍ଚାରେ ରହିଥିବା ବେଳେ ଲୋକେ କିନ୍ତୁ ଏହା କେବଳ ଏକ ଆତ୍ମ ସନ୍ତୁଷ୍ଟ ହୋଇଥିବା ବେଳେ ଆଉ କିଛି ଏହାକୁ ଅନ୍ଧ ବିଶ୍ୱାସ ବୋଲି ଆଲୋଚନା କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031