Legatus

ନାଗା ସାଧୁ ବେଶରେ ଲୁଟ୍ ଉଦ୍ୟମ, ଥାନାରେ ୩ ଅଟକ

 Breaking News

ନାଗା ସାଧୁ ବେଶରେ ଲୁଟ୍ ଉଦ୍ୟମ, ଥାନାରେ ୩ ଅଟକ

June 26
18:13 2023

ଭୁବନେଶ୍ୱର,୨୬/୬ : ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ବୁଲୁଥିଲେ ୫ ନାଗା ସାଧୁ । ସେମାନଙ୍କୁ ଜବଦସ୍ତି ଉଠାଇ ଆଣିଲା କମିଶନରେଟ୍ ପୁଲିସ୍। ଲୁଟ୍ ସନ୍ଦେହରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଏଥିସହ ସେମାନେ ବ୍ୟବହାର କରୁଥିବା ଗୋଟିଏ ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଛି। ତେବେ ଅଟକ ଥିବା ବାବାମାନେ, ରଘୁନାଥପୁର ଲୁଟ୍ରେ ସମ୍ପୃକ୍ତି ଅଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।
୩ରୁ ୪ ଦିନ ତଳେ ନାଗା ସାଧୁ ବେଶରେ କିଛି ବାବା ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁର ପ୍ରାଣକୃଷ୍ଣ ପଢ଼ିଆରୀ ଓ ତାଙ୍କ ପରିବାରକୁ ମନ୍ତ୍ରତନ୍ତ୍ର କରି ଲୁଟ୍ କରିଥିଲେ। ମନଷ୍କାମନା ପୂରଣ କରିଦେବେ ବୋଲି କହି ସମସ୍ତଙ୍କୁ ବଶିଭୂତ କରିଦେଇଥିଲେ। ପରେ ଘରେ ଥିବା ୫ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟି ନେଇଥିଲେ। ଏନେଇ ପ୍ରାଣକୃଷ୍ଣ କମିଶନରେଟ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ଲୁଟ୍ କରିଥିବା ନାଗା ସାଧୁଙ୍କ ସହିତ ଯୋଗାଯୋଗ କରିଥିଲା ପୁଲିସ୍। ମାତ୍ର ସେମାନେ ଥାନାକୁ ଆସିନଥିଲେ କି ଧରାଛୁଆଁ ଦେଉନଥିଲେ। ଯେଉଁଥିପାଇଁ ଅଡୁଆରେ ପଡ଼ିଯାଇଥିଲା ପୁଲିସ୍। ଆଜି ୫ ନାଗା ସାଧୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନେ ଘରକୁ ଘର ବୁଲୁଥିଲେ। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍ ପୁଲିସ୍ର ଏକ ଟିମ୍ ୫ ନାଗା ସାଧୁଙ୍କୁ ଜବରଦସ୍ତି ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।
ତେବେ ଲୁଟ୍ କରିଥିବା ନାଗା ସାଧୁମାନେ ଏମାନେ କି ନୁହେଁ, ତାହା ଜଣାପଡ଼ି ନାହିଁ। ଏନେଇ କମିଶନରେଟ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930