Indus Valley Times

ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତ ଦେହ ଉଦ୍ଧାର

 Breaking News

ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତ ଦେହ ଉଦ୍ଧାର

June 28
20:32 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୮/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭)ଙ୍କ ମୃତ ଦେହ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏମସ ହସପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଥିବା ବିଷୟ ବିପ୍ର ସାହୁ ପ୍ରକାଶ କରିଛନ୍ତି ।
ପ୍ରକାଶ ଯେ, ସେ ଗତ ୧୫ ଦିନ ହେଲା, ନିଖୋଜ ହୋଇଯାଇଥିଲେ । ବନମାଳୀ ସାହୁ ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାନ ପୁଅ ଘରେ ରହୁଥିଲେ । ବନମାଳୀ ଘରେ କାହାକୁ କିଛି ନ ଜଣାଇ କୁଆଡେ ପଳେଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଘର ସମେତ ଅନେକ ସ୍ଥାନ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।
ଭୁବନେଶ୍ୱରର ବିଭିନ୍ନ ପୋଲିସ ଷ୍ଟେସନରେ ଖବର ମଧ୍ୟ ଦିଆଯାଇଥିଲା । ପୋଲିସ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ସୋମବାର କାଜୁ ଜଙ୍ଗଲରୁ ମୃତ ଦେହକୁ ଉଦ୍ଧାର କରିଛି ।
ହେଲେ ତାଙ୍କର ମୃତ୍ୟୁ କିପରି ହେଲା ଜଣାପଡିନାହିଁ, ତାଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି, ନା \’କେହି ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି । ତାହା ତଦନ୍ତ ପରେ ଜଣାପଡିବ ।
ବିପ୍ର ସାହୁଙ୍କ ପିତା ବନମାଳୀ ସାହୁ ବାଲିଗୁଡା ଅଞ୍ଚଳରେ ଶିକ୍ଷକତା କରି ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ରେ ସାନ ପୁଅ ପାଖରେ ରହି ଆସୁଥିଲେ । ଏହି ଖବର ବାଲିଗୁଡାରେ ପ୍ରଚାରିତ ହେବା ପରେ ସମଗ୍ର ଶିକ୍ଷକ ସମାଜ ଓ ସାମ୍ବାଦିକ ମହଲ ରେ ଶୋକର ଛାୟା ଖେଳିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031