Legatus

ନିର୍ବାଚନୀ ଇସ୍ତାହାର ରେ ନେତା ବଖାଣୁଛନ୍ତି ବଲାଙ୍ଗୀରର ବିକାଶ

 Breaking News

ନିର୍ବାଚନୀ ଇସ୍ତାହାର ରେ ନେତା ବଖାଣୁଛନ୍ତି ବଲାଙ୍ଗୀରର ବିକାଶ

ନିର୍ବାଚନୀ ଇସ୍ତାହାର ରେ ନେତା ବଖାଣୁଛନ୍ତି ବଲାଙ୍ଗୀରର ବିକାଶ
May 09
11:04 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୯/୫:ନିର୍ବାଚନୀ ପ୍ରଚାର ମଇଦାନ ରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଗ୍ରାମ ମାନଙ୍କୁ ଯାଇ ନିର୍ବାଚନ ପ୍ରଚାର୍ ଜୋର୍ ଦାର ଆରମ୍ଭ କରିଦେଲେଣି।ଚନ୍ଦନଭାଟି ଗ୍ରାମରେ ବିପୁଳ ଜନ ସମାବେଶ ରେ ଉଦବୋଧନ ଦେଇ ନିଜର ପତିଆରା ଜାହିର କରିଛନ୍ତି।
ସ୍ଥାନୀୟ ବିଜେଡି ନେତା ସୁକାନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଉତ୍ସାହ ର ସହିତ ଏହି ନିର୍ବଚନୀ ସଭାରେ ଯୋଗଦାନ କରିଥିଲେ।ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ବିଧାୟକ ହେଲେ ଚନ୍ଦନଭାଟି ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ଉପସ୍ଥିତ ଜନ ସମାବେଶ ରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଚନ୍ଦନଭାଟି ଗ୍ରାମର ଜଳ ସମସ୍ୟା ସହ ଅନ୍ୟ ସମସ୍ୟା ମଧ୍ୟ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଉ ମଧ୍ୟ କହିଥିଲେ ନିର୍ବାଚନ ରେ ଜିତିଲେ ତାଙ୍କର ବିଜୟ ଯାତ୍ରା ଚନ୍ଦନଭାଟି ଗ୍ରାମରୁ ଆରମ୍ଭ କରିବେ।
କଳିକେଶ ଙ୍କ ବକ୍ତବ୍ୟରେ ଅନୁପ୍ରାଣିତ ହୋଇ ଅନେକ ଅସନ୍ତୁଷ୍ଟ ନେତା ଏହି ନିର୍ବାଚନୀ ପ୍ରଚାର୍ ମଇଦାନ ରେ ବିଜେଡି ସହ ମିଶି ଯାଇଥିଲେ।
କୋଳାହଳ ଭିତରେ ଅଙ୍ଗାଅଙ୍ଗି ହୋଇ ବିଜେଡି ର ସବୁଜ ରଙ୍ଗ କନା ରେ ନିଜକୁ ରଙ୍ଗାୟିତ କରିଥିଲେ।ନିର୍ବାଚନୀ ସଭାର ପ୍ରାରମ୍ଭ ଉତ୍ୟକ୍ତ ଭାଷଣରେ ଲୋକେ ପ୍ରଭାବିତ ହୋଇ କରତାଳି ଏବଂ ହୁଳହୁଳି ରେ ସଭା ମଇଦାନ କୁ ଚଳଚଞ୍ଚଳ କରିଦେଇଥିଲେ।ଚନ୍ଦନଭାଟି ଗ୍ରାମର ବିପୁଳ ଜନ ସମାବେଶ ବିଜେଡି ସପକ୍ଷରେ ନା ବିପକ୍ଷରେ ନିର୍ବାଚନ ପରେ ଜଣାପଡ଼ିବ। କୌନ୍ କିତନା ପାନି ମେଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31