Indus Valley Times

ନୁଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ପାଳିତ

 Breaking News

ନୁଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ପାଳିତ

ନୁଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ପାଳିତ
January 24
17:18 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବୌଦ୍ଧ , ୨୪/୧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍,କୁଲତା ଜୋର୍ ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଗ୍ରାମରେ ଥିବା ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ସାଂସ୍କୃତିକ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ୩୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଦିବସବ୍ୟାପି କାର୍ଯ୍ୟକ୍ରମରେ ପ୍ରଥମେ ମଶାଲ ଯାତ୍ରା ସହ ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସ୍କୁଲ ପରିସରରେ ଆରମ୍ଭ ହୋଇଯାଇଥିଲା।
ସନ୍ଧ୍ୟା ୬ ଘଣ୍ଟା ସମୟରେ ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଙ୍କ କରକମଳରେ ବିଦ୍ୟାଳୟ ପରିସରରେ ସଂସ୍କୃତି ମଣ୍ଡପ ର ଭିତ୍ତପ୍ରସ୍ତର ସ୍ଥାପନ,ବାର୍ଷିକୋତ୍ସବ ପାଳନ,ସମ୍ବର୍ଦ୍ଧନା ଜ୍ଞାପନ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ କହ୍ନେଇ ଡାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମହିଧର ରଣା ପୂର୍ବତନ ବିଧାୟକ କଣ୍ଟାମାଳ,ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା,ଜିଲ୍ଲାପାଳ,ବୌଦ୍ଧ,ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ,ଅଧ୍ୟକ୍ଷ ଜିଲ୍ଲା ପରିଷଦ,ଶ୍ରୀଯୁକ୍ତ ଗେନ୍ଦେରା କୁଜୁର,ଜିଲ୍ଲା ଶିକ୍ଷା ଅଧିକାରୀ, ବୌଦ୍ଧ,ଶ୍ରୀଯୁକ୍ତ ସନୋଜ୍ କୁମାର ସେଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କଣ୍ଟାମାଳ,ଶ୍ରୀମତୀ ସୁମିତ୍ରା ସାହୁ,ସଭ୍ୟା ଜିଲ୍ଲା ପରିଷଦ ଜୋନ୍ -୧, ଶ୍ରୀଯୁକ୍ତ ମହେନ୍ଦ୍ର ରଣା,ଉପାଧ୍ୟକ୍ଷ ପଞ୍ଚାୟତ ସମିତି କଣ୍ଟାମାଳ, ଶ୍ରୀମତୀ ଚୁମକି ଭୋଇ,ସରପଞ୍ଚ କୁଳତା ଜୋର୍ ଗ୍ରାମ ପଞ୍ଚାୟତ, ଶ୍ରୀଯୁକ୍ତ କରୁଣାକର ସାହୁ,ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ରାଉତ,ଉପଦେଷ୍ଟା ଆଦିବାସୀ ଉଚ୍ଚ ବିଦ୍ୟାଳୟ ଏବଂ ଶ୍ରୀଯୁକ୍ତ ଅନନ୍ତ ଚରଣ କ୍ଷେତି,ପ୍ରଧାନ ଶିକ୍ଷକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୁଆପାଳି ପ୍ରମୁଖ ମଞ୍ଚାସୀନ ଥିଲେ।
ବିଦ୍ୟାଳୟର ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ।ବୌଦ୍ଧ ଜିଲ୍ଲା ର ଉପାନ୍ତ ଅଞ୍ଚଳରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଦୀର୍ଘ ୩୫ ବର୍ଷ ଧରି ସ୍କୁଲ ର ପରିବେଶ କୁ ସ୍ୱଚ୍ଛ ଏବଂ ମନୋଲୋଭା କରି ଗଢି ତୋଲିଥିବା ସେହି ବିଶ୍ଵକର୍ମା ମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।ଏହି ସ୍କୁଲ ର ମନୋରମ ପରିବେଶ ପାଇଁ ପ୍ରକୃତି ମିତ୍ର,ପ୍ରକୃତି ବନ୍ଧୁ ଭଳି ପୁରସ୍କାର ପ୍ରାପ୍ତ କରିଥିବା ବେଳେ,ଶିକ୍ଷା ପ୍ରଦାନ ରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ।ଏଣୁ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟ ବହୁବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ ହୋଇ ସରିଛି।ବିଦ୍ୟାଳୟ କୁ ପ୍ରବେଶ କଲେ କେଉଁ ସୁନ୍ଦର୍ ବାଟିକା ଯେଉଁଠି ବୃକ୍ଷ ଏବଂ ପୁଷ୍ପ ର ସମାହାର ରେ ଭରପୁର ଥିବା ଏକ ସୋନ୍ଦର‌୍ୟ୍ୟ ର ସ୍ବର୍ଗ ଭଳି ପ୍ରତିତ ହୁଏ।
ସାଂସ୍କୃତିକ ସନ୍ଧ୍ୟାରେ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚକୋଟୀର ଗୀତି ନାଟ୍ୟ ନୃତ୍ୟ ନାଟ୍ୟ,କାଳୀୟ ଦଳନ,ଆଦିବାସୀ ବିବାହ ପରମ୍ପରା,ରାଧା କୃଷ୍ଣ ରାସ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଚିତ୍ତାକର୍ଷକ ଥିଲା।୩୫ ତମ ବାର୍ଷିକ ଉତ୍ସବ ଦିବସବ୍ୟାପି ପାଳିତ ହୋଇଥିଲା। ସନ୍ଧ୍ୟା
କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ମଞ୍ଚ ପୂଜନ ହୋଇଥିଲା ସ୍କୁଲ ର ଛାତ୍ର/ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଉପସ୍ଥିତ ସମସ୍ତ ଙ୍କ ମନ ମୋହି ନେଇଥିଲେ।ଅତିଥି ମାନଙ୍କୁ ମଞ୍ଚାସୀନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଅତିଥି ପରିଚୟ ପ୍ରଦାନ ଭବାନୀ ଶଙ୍କର ପାଣିଗ୍ରାହୀ କରିଥିବା ବେଳେ ଶିକ୍ଷକ ଜବର ସିଂ ବଞ୍ଛୋର୍, ଶଶୀ ଭୂଷଣ ପ୍ରଧାନ ଏବଂ ନୃତ୍ୟ ଗୁରୁ ସତ୍ୟ ନାରାୟଣ ବାଗ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ।ନୃତ୍ୟ ଗୁରୁ ସତ୍ୟ ନାରାୟଣ ବାଗ,ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଚମତ୍କାର ନୃତ୍ୟ ଶିକ୍ଷା ଦେଇଥିବାରୁ ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଏଣୁ ବିଦ୍ୟାଳୟ ର ଶିକ୍ଷକ ଏବଂ କାର୍ଯ୍ୟକ୍ରମ ର ଉଦ୍ୟୋକ୍ତା ମାନେ ପ୍ରଶଂସା କରିଥିଲେ।ରୂପ ସାଜସଜ୍ଜା ପାଇଁ ବଲାଙ୍ଗିର ସହରରୁ ମନୋରଞ୍ଜନ (ମନ) ତାଙ୍କ ଟିମ୍ ସହ ପହଞ୍ଚି ସୁନ୍ଦର୍ ସାଜସଜ୍ଜା କରି ଥିବାରୁ ତାଙ୍କୁ ସ୍କୁଲ ତରଫରୁ ପ୍ରଶଂସା କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଜବର ସିଂ ବନଛୋର୍ ସଭା ଏବଂ କାର୍ଯ୍ୟକ୍ରମକୁ ଧୈର୍ଯ୍ୟ ଧରି ଉପଭୋଗ କରିଥିବା,ଦୂର ଦୁରନ୍ତର ରୁ ଆସିଥିବା ଅନ୍ୟତମ ଅତିଥି,ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ତଥା ସ୍କୁଲ ର ସହକର୍ମୀ ବୃନ୍ଦଙ୍କୁ ଧନ୍ୟବାଦ୍ ଦେଇଥିଲେ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁ ରହିଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031