Indus Valley Times

ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ରେ ଶିଶୁ ଶ୍ରମିକ କାର୍ଯ୍ୟ କୁ ନେଇ ଚର୍ଚ୍ଚା

 Breaking News

ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ରେ ଶିଶୁ ଶ୍ରମିକ କାର୍ଯ୍ୟ କୁ ନେଇ ଚର୍ଚ୍ଚା

ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ ରେ ଶିଶୁ ଶ୍ରମିକ କାର୍ଯ୍ୟ କୁ ନେଇ ଚର୍ଚ୍ଚା
July 22
13:56 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୨/୭: ରାଜ୍ୟ ସରକାରଙ୍କ ଦ୍ଵାରା ଶିଶୁ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ର ଦାୟିତ୍ଵ ହୀନତା ଯୋଗୁଁ ଶିଶୁ ମାନେ କିଛି ଟଙ୍କା ରୋଜଗାର ପ୍ରଲୋଭାନରେ ନିଜ ଭବିଷ୍ୟତ ଭୁଲି ବିଭିନ୍ନ କାର୍ଯ୍ୟ କରିଥାନ୍ତି।

ଯାହାଫଳରେ ଦେଶର ଭବିଷ୍ୟତ ଗଢିବାର ବିନ୍ଧାଣୀ ଙ୍କ ଭବିଷ୍ୟତ ଅନ୍ଧାର ହେବାରେ ଲାଗିଛି।ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ଯାହାକୁ ନେଇ ନୂଆଗାଁ ବ୍ଲକ୍ ସମେତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ସଜନା ଓ ଅମୃତ ଭଣ୍ଡା ଚାରା ରୋପଣ ପାଇଁ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଅତି ନିନ୍ଦନୀୟ କାର୍ଯ୍ୟ ବୋଲି ଚର୍ଚ୍ଚା ଜୋରଦାର ଚାଲିଛି । ଏପଟେ କରୋନା ମହାମାରୀ ଚାଲିଥିବା ବେଳେ କାର୍ଯ୍ୟାଳୟରେ ଅନ୍ୟ ଶ୍ରମିକ ମାନଙ୍କୁ ଚାରା ରୋପଣ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ବଜାୟ ରହୁ ନଥିବା ବେଳେ ମାସ୍କ ବ୍ୟବହାର ହେଉନଥିବା ଦେଖିବାକୁ ମିଳୁଛି।
ଯେମିତି କରୋନା ନୀତି ନିୟମ ଉଲଘଂନ ର ସ୍ପଷ୍ଟ ଚିତ୍ର ଏହି କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳୁଛି। ଆଜିର ଶିଶୁ କାଲିର ଭବିଷ୍ୟତ ହୋଇଥିବା ବେଳେ କିଭଳି କେଉଁ ପରିସ୍ଥିତିରେ କାର୍ଯ୍ୟାଳୟରେ ଶିଶୁ ଶ୍ରମିକଙ୍କୁ ବ୍ୟବହାର କରାଯାଉଛି ଯାହାକି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକି ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ କୁ ନେଇ ଜିଲ୍ଲାରେ ଚର୍ଚ୍ଚା ହେଉଥିଲା ବେଳେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ବ୍ୟବହାର କରାଯିବା ଏବଂ କରୋ ନା ନୀତି ନିୟମ ପାଳନ ନହେବା ନେଇ ରାଜ୍ୟସରକାର ଏବଂ ଜିଲ୍ଲାପାଳ କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031