Indus Valley Times

ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌

 Breaking News

ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌

ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍‌
November 04
15:52 2025

ନୂଆପଡ଼ା ୪/୧୧: ନୂଆପଡ଼ାରେ ଯାଞ୍ଚ ହୋଇଥିଲା ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ । ନବୀନଙ୍କ ବିମାନ ଏବଂ ହେଲିକପ୍ଟରକୁ ଯାଞ୍ଚ କରିଥିଲେ ନିର୍ବାଚନ କମିଶନ ।
ଆଦର୍ଶ ଆଚରଣବିଧି ଅନୁସାରେ ବିମାନ ଏବଂ ହେଲିକପ୍ଟର ଯାଞ୍ଚ ହୋଇଥିବା ସୂଚନା ମିଳିଛି । ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଯାଇଥିବା ବେଳେ ନିର୍ବାଚନ ଆଚରଣବିଧି ଅଧାରରେ ଅନୁଧ୍ୟାନ କରିଥିଲେ ଅଧିକାରୀ । ଏ ନେଇ ନୂଆପଡ଼ା ଜିଲ୍ଲାପାଳ ମଧ୍ୟ ‘ଏକ୍ସ’ରେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ସୋମବାର ନୂଆପଡ଼ା କୋମନା ଯାଇଥିଲେ । ସେହି ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନବୀନଙ୍କ ବିମାନ ଯାଞ୍ଚ କରାଯାଇଥିଲା । ଭୁବନେଶ୍ବରରୁ ନୂଆପଡ଼ା ଏକ ସ୍ବତନ୍ତ୍ର ବିମାନରେ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚିବା ପରେ ବିଜେଡି ସୁପ୍ରିମୋଙ୍କ ବିମାନରେ ଥିବା ଲଗେଜ୍‌କୁ ତନତନ କରି ଅଧିକାରୀମାନେ ଯାଞ୍ଚ କରିଥିଲେ । ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ର ୪ ନମ୍ବର ଟିମ୍ ନବୀନଙ୍କ ସ୍ବତନ୍ତ୍ର ବିମାନର ଯାଞ୍ଚ କରିଥିଲେ ।
ବିମାନରେ ଥିବା ଲଗେଜ୍ ଏବଂ ସିଟ୍‌ର ମଧ୍ୟ ଯାଞ୍ଚ କରିଥିଲା ଏହି ଟିମ୍ । ପ୍ରାୟ ୧୦ରୁ ୧୫ ମିନିଟ୍ ପର‌୍ୟ୍ୟନ୍ତ ଫ୍ଲାଇଂ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ପ୍ରକ୍ରିୟାରେ ନବୀନ ପଟ୍ଟନାୟକ ମଧ୍ୟ ପୂରା ସହଯୋଗ କରିଥିଲେ । ଏହାପରେ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିଥିଲେ । ନିର୍ବାଚନୀ ସଭା ଶେଷ ପରେ ନବୀନ ପଟ୍ଟନାୟକ ଭୁବନେଶ୍ବର ଫେରିଆସିଥିଲେ ।
ସେପଟେ ଏନେଇ ନୂଆପଡ଼ା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ମଧ୍ୟ ‘ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ କରାଯାଇଛି ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାଞ୍ଚ କରାଯାଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ର ୪ ନମ୍ବର ଟିମ୍ ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଯାଞ୍ଚ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031