Indus Valley Times

ନୌସେନା ଦିବସକୁ ସଫଳ କରିବାକୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ, ମୁତୟନ ହେବେ ୮୫ପ୍ଲାଟୁନ ପୋଲିସ ଫୋର୍ସ, ୪୫ ପ୍ଲାଟୁନ ସିଏପିଏଫ ଅଫିସର

 Breaking News

ନୌସେନା ଦିବସକୁ ସଫଳ କରିବାକୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ, ମୁତୟନ ହେବେ ୮୫ପ୍ଲାଟୁନ ପୋଲିସ ଫୋର୍ସ, ୪୫ ପ୍ଲାଟୁନ ସିଏପିଏଫ ଅଫିସର

December 01
17:52 2024

ପୁରୀ, ୧/୧୨ : ଡିସେମ୍ବର ୪ ତାରିଖ ନୌସେନା ଦିବସ ପାଇଁ ନୌସେନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ନୌସେନା ଦିବସ ନେଇ ପୁରୀ ଜିଲ୍ଲାପାଳ, ନୌସେନା ଅଧିକାରୀ ରବିବାର ସୂଚନା ଦେଇଛନ୍ତି । ନୌସେନା ଦିବସରେ ୧୫ଟି ସିପ୍‌, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ । ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ସାମିଲ ହୋଇ ପାରିବନି ।
ଜିଲ୍ଲାପାଳ କହିଛନ୍ତି, ଆଜି ଫୁଲଡ୍ରେସ ରିହର୍ସଲ ହେବ ଏବଂ ସମସ୍ତେ ଏହାକୁ ଦେଖି ପାରିବେ । ଯେଉଁଠି ଜନଗହଳି ହେବ, ସେଠି ଏଲଇଡି ବ୍ୟବସ୍ଥା କରାଯିବ । ସମୁଦ୍ରରେ ଜାହାଜ ସବୁ ଥିବାରୁ କେହି ପାଣିକୁ ନ ଯିବାକୁ ପରାମର୍ଶ । କେଉଁ ସ୍ଥାନରେ ରହି ସୋ ଦେଖି ହେବ ତାର ବିସ୍ତୃତି ବିବରଣୀ ଜାରି ହେବ ।
ଏହି ଖାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଗଜପତି ମହାରାଜାଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି । ଡିସେମ୍ବର ୪ରେ ଚିତାକର୍ଷକ ସୋ ପାଇଁ ସବୁ ବ୍ୟବସ୍ଥା ହେବ ।
ଭାରତୀୟ ନୌସେନା ଓଡ଼ିଶାରେ ପ୍ରଥମ ଥର ଏଭଳି ଆୟୋଜନ କରୁଛି। ସାଧାରଣ ଲୋକ ଅତ୍ୟାଧୁନିକ ଯୁଦ୍ଧପୋତ ଓ ବିମାନ ସହିତ କମାଣ୍ଡୋ ପ୍ରଦର୍ଶନ ମଧ୍ୟ ଦେଖିବେ।
ଏହି କାର୍ଯ୍ୟମରେ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରାଯିବ, ଏହା ସହିତ ନାଗରିକଙ୍କ ମଧ୍ୟରେ ସମୁଦ୍ର ସମ୍ପର୍କରେ ସଚେତନା ମଧ୍ୟ ସୃଷ୍ଟି କରାଯିବ। ଭାରତୀୟ ନୌସେନା ଅନୁସାରେ ଏହି କାର୍ଯ୍ୟକ୍ରମ ଲାଗି ଓଡିଶା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରାଯାଉଛି। ନୌସେନା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜାତୀୟ ଦୂରଦର୍ଶନରେ ମଧ୍ୟ କରାଯିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31