Indus Valley Times

ନୟାଗଡ଼: କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣା ନିତିକୁ ବିରୋଧ କରି ଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

 Breaking News

ନୟାଗଡ଼: କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣା ନିତିକୁ ବିରୋଧ କରି ଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ନୟାଗଡ଼: କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣା ନିତିକୁ ବିରୋଧ କରି ଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ
November 05
20:18 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୧୧: ନୟାଗଡ଼ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ କେନ୍ଦ୍ରସରକାରଙ୍କ ଶ୍ରମିକ ମାରଣା ନିତି କୁ ବିରୋଧ କରି ଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ ଆନ୍ଦୋଳନ କରାଯାଇଛି।
ବିଶେଷ କରି କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ଶ୍ରମିକ ଏବଂ କୃଷକ ବିରୋଧୀ ଆଇନର ପ୍ରତ୍ୟାହାର କରିବା । ଦେଶରେ ସଙ୍ଗଠିତ, ଅଣ ସଙ୍ଗଠିତ ଶ୍ରମିକ , ଅଙ୍ଗନୱାଡ଼ି ଓ ମଧ୍ୟାହ୍ନ ଭୋଜନ ଯୋଜନାରେ କାର୍ଯ୍ୟରତ ପାଚିକା ସହାୟିକା ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ କରିବା ।
ସରକାରୀ ସଂସ୍ଥା ଗୁଡ଼ିକର ପ୍ରାଇଭେଟାଇଜେସନ ବନ୍ଦ୍ କରିବା । କୋଭିଡ ୧୯ ସମୟରେ ଶ୍ରମିକ ମାନଙ୍କର କାଟ ଦରମା କୁ ସମ୍ପୁର୍ଣ୍ଣ ଦରମା ପ୍ରଦାନ କରିବା । ରାଜ୍ୟ ସରକାରଙ୍କ ଭଳି କେନ୍ଦ୍ର ସରକାର ସମସ୍ତ ଶ୍ରମିକ ମାନଙ୍କୁ କୋଭିଡ ସହାୟତା ପ୍ରଦାନ କରନ୍ତୁ । ଏଭଳି ପାଞ୍ଚ ଦଫା ଦାବି ପତ୍ର ସଙ୍ଗଠନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେପ୍ରଦାନ କରାଯାଇଛି।
ଏହି ଆନ୍ଦୋଳନକୁ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ବାସୁଦେବ ମହାନ୍ତି, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031