Indus Valley Times

ନୟାଗଡ଼ ଜିଲ୍ଲା ଉତ୍କଳସାମ୍ବାଦିକ ସଙ୍ଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା

 Breaking News

ନୟାଗଡ଼ ଜିଲ୍ଲା ଉତ୍କଳସାମ୍ବାଦିକ ସଙ୍ଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା

December 02
15:37 2023

ବିଶ୍ୱ ଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧୨: ନୟାଗଡ଼ ଜିଲ୍ଲା ଉତ୍କଳସାମ୍ବାଦିକ ସଙ୍ଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇ ବସିଥିବା ବେଳେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସାମ୍ବାଦିକ ଙ୍କୁ ପେନଶନ ପ୍ରଦାନ, ଅଧି ସ୍ୱୀକୃତି କମିଟି ପୁନଃ ଗଠନ, ଓ ବ୍ଳକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ, ପ୍ରବର୍ତ୍ତିତ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ପିତାମାତା ଓ ୨୫ବର୍ଷ ରୁ ଉର୍ଦ୍ଧ ବୟସ୍କ ନିର୍ଭରଶିଳ ସନ୍ତାନ ମାନଙ୍କୁ ସାମିଲ କରିବା, ପ୍ରେସ ଏକାଡେମୀ ଗଠନ, ସହ ଭୁବନେଶ୍ୱର ରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନଆଦି ଦାବିରେ ସାମ୍ବାଦିକ ମାନେ ଧାରଣା ରେ ରହିଥିଲେ ।ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ୫ଦଫା ଦାବିପତ୍ର ସଙ୍ଘ ପକ୍ଷରୁ ପ୍ରଦାନକରାଯାଇଛି ।
ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀକାନ୍ତ ଖଟେଇ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଜାରୀ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ସମ୍ପାଦକ ବୈଦ୍ୟଭୁଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ତଥା ରଜତ ପଟ୍ଟନାୟକ, ଅନିଲ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅଶୋକ ମହାପାତ୍ର, ରାମକୃଷ୍ଣ ରଥ, ରସାନନ୍ଦ ସ୍ୱାଇଁ, ଦେବରାଜ ନାୟକ, ନବକିଶୋର ମିଶ୍ର, ମହେଶ ମିଶ୍ର, ରବୀନ୍ଦ୍ର ଦାସ ନିହାର ରଞ୍ଜନ ପଟ୍ଟନାୟକ, ଅନୱାର ଅଲ୍ଲୀ, ଯଯାତି କେଶରୀ ମହାପାତ୍ର, ବିଶ୍ଵ ଭୂଷଣ ମହାପାତ୍ର,ସୁମନ କୁମାରସାହୁ, ବାସୁଦେବ ମହାନ୍ତି, ଧୀରେନ୍ଦ୍ର ପଟ୍ଟନାୟକ, ପ୍ରଭାତ କୁମାର ମହାପାତ୍ର, ଜୟନ୍ତ ମିଶ୍ର, ସଞ୍ଜୟ ସ୍ୱାଇଁ,ରାକେଶ ପାଢ଼ୀ, ମହେଶ ମିଶ୍ର,ରବୀନ୍ଦ୍ର କୁମାର ଦାସ ଙ୍କ ସମେତ ୫୦ରୁ ଉର୍ଦ୍ଧ ସାମ୍ବାଦିକ ଧାରଣା ରେ ସାମିଲ ହୋଇଥିଲେ ।
ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍ଘାଟିତ
ନୟାଗଡ଼,୨/୧୨: ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରମାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ବେସରକାରୀ ଡାକ୍ତରଖାନା ଅପେକ୍ଷା ସରକାରୀ ଡାକ୍ତରଖାନାର ଚାହିଦା ଅଧିକ ରହିଛି ବୋଲି ପ୍ରକାଶ କରିଥିଲେ ।
ସାରା ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୮୫ ଭାଗ ଲୋକ ନିର୍ଭରଶୀଳ । ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦିନେ ଯେଉଁ ରାଜ୍ୟ ଦରିଦ୍ର ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଲାଗି ଆଜି ଓଡିଶା ଏକ ବଳକା ରାଜ୍ୟ ଭାବରେ ପରିଗଣିତ ହୋଇଛି ।
ଅର୍ଥନିତୀ କ୍ଷେତ୍ରରେ ଆମ ରାଜ୍ୟ ଆଜି ସୁଦୃଢ଼ ହୋଇଛି । ଯେଉଁଥି ପାଇଁ ସମସ୍ତ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ବ୍ୟୟ ବରାଦ କରିବାରେ ସକ୍ଷମ ହେଉଛନ୍ତି ।
ଆଜିକାର ଦିନରେ ଜିଲ୍ଲାରେ ୨୧୬ କୋଟି ଟଙ୍କା ପ୍ରକଳ୍ପାର କାର୍ଯ୍ୟ ଚାଲୁ ରହିଛି । ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଆଜି ୧୪୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ନୟାଗଡ଼ ପାଇଁ ୪୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପାଇଁ ୩୦ କୋଟି ଟଙ୍କାର ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲର ଉଦ୍ଘାଟନ କରାଯାଇଛି ।ଏହା କେବଳ ନୟାଗଡ଼ ବାସୀଙ୍କର ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦ ଲାଗି ହୋଇପାରୁଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ ।
ଅତ୍ୟାଧୁନିକ ମେଡିକାଲରେ ଆଇସିୟୁ ଠାରୁ ଆରମ୍ଭ କରି ଡାଇଗ୍ନୋସିସ୍ କାର୍ଯ୍ୟକ୍ରମ ଜାରି ରହିବ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର‌୍ୟ୍ୟର ହିସାବ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ଚାହାନ୍ତି ସୁଖି ଓଡିଶା ଓ ସୁସ୍ଥ ଓଡିଶା ଗଠନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେପରି ଓଡିଶା ବିଗତ ଦିନ ମାନଙ୍କରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛି ସେ ସମ୍ବନ୍ଧରେ ପ୍ରକାଶ କରିଥିଲେ ।
କରୋନା ସମୟରେ ଅନ୍ୟ ରାଜ୍ୟ ଉପରେ ନିର୍ଭର ନକରି ଓଡିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ ଦେଇ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲା । ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନବୀନ ଓଡ଼ିଶାର ସାରଥି ହେବାକୁ ଆହ୍ୱାନ’ବିଜେଡି ଯୁବ ଓ ଛାତ୍ର କର୍ମଶାଳା
ନୟାଗଡ଼,୨/୧୨ : ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୈାମକେଶ ରାୟ ନୂତନ ଭୋଟରଙ୍କ ତାଲିକା ସଂଗ୍ରହ କରିବା, କ୍ରୀଡ଼ା ପଞ୍ଜିକରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନବୀନ ଓଡ଼ିଶାରେ କେହି ଭୋକିଲା ରହିବେ ନାହିଁ, ଋଣ ଭାରରେ କେହି କଷ୍ଟ ପାଇବେ ନାହିଁ ବୋଲି କହିଥିଲେ ।
ନବୀନ ଓଡ଼ିଶାରେ ଭିତ୍ତିଭୂମୀ ବିକାଶ ଏବଂ ରାଜ୍ୟକୁ ଏକ ନମ୍ବର କରିବା ପାଇଁ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଗୁଣ୍ଡାରାଜ ଅନ୍ତ ଘଟିବା ସହ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିବା କହିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ନବୀନ ଓଡ଼ିଶା ହେଉଛି ସଶକ୍ତ ଓଡ଼ିଶା ।
୧୧ ହଜାର କୋଟିରୁ କମ ବଜେଟ ଥିବା ରାଜ୍ୟ ଆଜି ନବୀନଙ୍କ ନେତୃତ୍ୱରେ ୨ ଲକ୍ଷ ୫୮ ହଜାର କୋଟିରେ ପହଞ୍ଚିଥିବା ସୂଚନା ଦେଇଥିଲେ ।
ସୋସିଆଲ ମିଡିଆରେ ସକ୍ରିୟ ହେବା ପାଇଁ ସେ ଛାତ୍ର ଓ ଯୁବକଙ୍କୁ ଆହ୍ୱାନ ଦେବା ସହ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫ ମିନିଟ ସମୟ ଦେବାକୁ ପରାମର୍ଶ ଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆ ଭୋଟର ନୂତନ ଓଡ଼ିଶାକୁ ଉପଭୋଗ କରିଛନ୍ତି, ପୁରୁଣା ଓଡ଼ିଶା ବିଷୟରେ ସେମାନଙ୍କୁ ଅବଗତ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।
ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କ୍ୟାମ୍ପସ କମିଟି ମାଧ୍ୟମରେ ଛାତ୍ରଙ୍କୁ କିଭଳି ନବୀନ ଓଡ଼ିଶାର ସାରଥି କରିବା ପାଇଁ ପରାମର୍ଶ ଦେଇଥିଲେ ।
ନୟାଗଡ଼ ବିଧାୟକ ଡ. ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ନବୀନଙ୍କ ଦଳର ଜଣେ ସୈନିକ ବିରୋଧି ଦଳର ସେନାପତିଙ୍କୁ ପରାଜିତ କରିବାର ସାମର୍ଥ ରଖିଥାଏ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ବିଜେଡି ମହିଳା ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବକ ସାମିଲ ହୋଇଥିଲେ ।
ଏକ ନୂତନ ରୂପ ନେଇ ସଜେଇ ହେଉଛି ନୟାଗଡ଼ର ବଲାଙ୍ଗୀ ବନ୍ଧ ରୁ ପରିବର୍ତ୍ତନ ହୋଇଥିବା ବଲାଙ୍ଗୀ ପାର୍କ
ନୟାଗଡ଼,୨/୧୨: ଏକ ନୂତନ ରୂପ ନେଇ ସଜେଇ ହେଉଛି ନୟାଗଡ଼ର ବଲାଙ୍ଗୀ ବନ୍ଧ ରୁ ପରିବର୍ତ୍ତନ ହୋଇଥିବା ବଲାଙ୍ଗୀ ପାର୍କ । ପାର୍କର ସୌନ୍ଦର‌୍ୟ୍ୟ କରଣ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକ ମାନଙ୍କର ଆଶା ଓ ଆକାଂକ୍ଷା ଦେଖିବାକୁ ମିଳିଛି । ପାର୍କରେ ପୂର୍ବରୁ ପୂଜା ପାଉଥିବା ମା\’ ବନଦୁର୍ଗା ମନ୍ଦିରର ଉନ୍ନତି କରଣ କରାଯାଇ ମା\’ଙ୍କ ନିମନ୍ତେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା ଆଜି ସେଥିରେ ମା ବିଜେ କରିଛନ୍ତି କ୍ଷଗତ ଦୁଇ ଦିନ ଧରି ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟ ଚାଲୁ ରହିଛି । କଳସ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ପୂଜାର୍ଚ୍ଚନା, ଗର୍ଭାଧାନ କାର୍ଯ୍ୟ ଆରମ୍ଭ କରାଯିବା ସହ ସୂର୍ଯ୍ୟ ପୂଜା, ଯଜ୍ଞାର୍ଚ୍ଚନା, ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଆଜି ମା\’ଙ୍କ ପୂର୍ଣ୍ଣାହୁତି, ଠାକୁରାଣୀଙ୍କ ସିଂହାସନ ଆରୋହଣ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା କ୍ଷ୫ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା ମା\’ ବନ ଦୂର୍ଗା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ନୟାଗଡ଼ ସହରର ଅଧିକାଂଶ ଲୋକ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଥମ ଦିନରୁ ସମସ୍ତ କାର‌୍ୟ୍ୟର ତଦାରଖ କରିଥିଲେ ।ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ ଓ ସମାଜସେବୀ ଶ୍ରୀକାନ୍ତ ଖଟେଇ ହୋମ ଯଜ୍ଞର ପୁରୋଧା ସାଜିଛନ୍ତି ।
ନୟାଗଡ଼ ପୌରାଞ୍ଚଳର ସମସ୍ତ କାଉନସିଲରଙ୍କ ସମେତ ବହୁ ସମାଜସେବୀ ମାନେ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି । ହଜାର ହଜାର ଜନତା ପ୍ରସାଦ ସେବନ କରିବା ସହ ବଲାଙ୍ଗୀ ପାର୍କର ମଜା ନେଉଛନ୍ତି ।ନୟାଗଡ଼ ସହର ସମେତ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ବହୁ ରାଜନୈତିକ ବ୍ୟକ୍ତିଙ୍କ ସମେତ ବହୁତ ଜନସାଧାରଣ ଉକ୍ତ ସିଂହାସନ ଆରୋହଣ କାର୍ଯ୍ୟ କ୍ରମରେ ସାମିଲ ହୋଇଛନ୍ତି ।
ଭଗ୍ନ ଅବସ୍ଥାରେ ଥିବା ମା\’ ବନ ଦୁର୍ଗାଙ୍କ ମନ୍ଦିର ନୂଆ ରୂପରେଖ ପାଇଛି । ମା\’ଙ୍କ ଆବିର୍ଭାବ ଲାଗି ବଲାଙ୍ଗି ପାର୍କର ସୌନ୍ଦର୍ଯ୍ୟ କରଣକୁ ଦ୍ବିଗୁଣିତ କରିଛି । ପର‌୍ୟ୍ୟଟକ ମାନେ ପ୍ରବେଶ କଲା ପରେ ମା\’ ବନ ଦୂର୍ଗାଙ୍କ ଆଶୀର୍ବାଦ ଲୋଡିବେ ।
ଇ ଲେକ୍ଟ୍ରୋନିସ ହାଉସରେ ଅଗ୍ନିକାଣ୍ଡ,ଜଳି ଗଲା କୋଟିଏ ଟଙ୍କାର ଧନ ସମ୍ପତ୍ତି
ନୟାଗଡ଼,୨/୧୨ : ନୟାଗଡ଼ ଇଲେ କ୍ଟ୍ରୋନିକସ ହାଉସ ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କା ର ଧନସମ୍ପତି, ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ନୟାଗଡ଼ ଓଡ଼ଗାଁ ରାସ୍ତା ରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ, ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତା ରେଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ ବିଳମ୍ବିତ ରାତି ପ୍ରାୟ ସାଢେ ୩ଟା ସମୟ ରେ ଉକ୍ତ ଶୋ ରୁମ ରେ ସଟସର୍କିଟ ଯୋଗୁ ଭୟାବହ ଅଗ୍ନି କାଣ୍ଡ ଘଟି ଥିଲା, ଖବର ପାଇ ସୋରୁମ ର ମାଲିକ ମିଲୁ ମହାପାତ୍ର, ଓ ତାଙ୍କ ପରିବାର ଲୋକ ଘଟଣା ସ୍ଥଳ ରେ ପହଂଚି ଅଗ୍ନି ସମ ବିଭାଗ କୁ ଖବର ଦେଇ ଥିଲେ ।
ନୟାଗଡ଼ ଅଗ୍ନି ସମ ବିଭାଗ କର୍ମଚାରୀ ପହଂଚି ଅଢେଇ ଘଣ୍ଟା ପରେ ଲାଗି ଥିବା ନିଆଁ କୁ ଆୟତ କରିଥିଲେ, ତେବେ ସୋରୁମ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି, କୋଟିଏ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ନେଇ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031