Indus Valley Times

ନୟାଗଡ଼ ରାଜକୁମାର ତଥା ପୁର୍ବତନ ସାଂସଦ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

 Breaking News

ନୟାଗଡ଼ ରାଜକୁମାର ତଥା ପୁର୍ବତନ ସାଂସଦ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ନୟାଗଡ଼ ରାଜକୁମାର ତଥା ପୁର୍ବତନ ସାଂସଦ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳନ
September 05
21:22 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୫/୯ : ନୟାଗଡ଼ ଗର୍ଭ ଓ ଗୈାରବ ବିଶାଳ ହୃଦୟ ର ପ୍ରତୀକ ନୟାଗଡ଼ର ରାଜକୁମାର ତଥା ପୁର୍ବତନ କନ୍ଧମାଳ ସାଂସଦ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂହ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ସିଂହଙ୍କୁ ସ୍ଵର୍ଗବାସ ହେବାର ଦିର୍ଘ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ନୟାଗଡ଼ ଜନସାଧାରଣଙ୍କ ମନ ଭିତରେ ଜୀବିତ ଅଛନ୍ତି। ସେ ଜଣେ ମିଷ୍ଠାଭାଷୀ , ଅସୁବିଧା ସୁବିଧା ସମୟରେ ଲୋକଙ୍କ ପାଖକୁ ନିଜେ ଯାଇ ସାହାର୍ଯ୍ୟ ସହଯୋଗ କରିବା ବିଶେଷ କରି ନୟାଗଡ଼ ରୁ ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ କରି ନୂତନ ନୟାଗଡ଼ ଗଢିତୋଳିବା ର ପ୍ରୟାସ ଶ୍ରୀଯୁକ୍ତ ସିଂହ ଙ୍କୁ ଜନସାଧାରଣ ଆଜି ବି ନିଜ ମନ ଭିତରେ ସ୍ଥାନ ଦେଇ ରଖିଛନ୍ତି।
ଆଜି ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ ର ବହୁ ବୁଦ୍ଧିଜୀବୀ, ସମାଜସେବୀ ଏବଂ ବହୁ ସାଧାରଣ ଜନତା ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏହି ଅବସରରେ ନୟାଗଡ଼ର ସେବା ଅନୁଷ୍ଠାନ, ନେତାଜୀ ସୁବାଷ ବୋଷ ଆଶ୍ରମ, ସୋଲପଟା ମହର୍ଷି ଦୟାନନ୍ଦ ଟ୍ରଷ୍ଟ , ଏବଂ ଓଡ଼ଗାଁ , ନୟାଗଡ଼ର ବିଭିନ୍ନ ସ୍ଥାନରେ ସ୍ଥାନରେ ସ୍ୱର୍ଗତ ସିଂହଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯିବା ସହ ବିଭିନ୍ନ ସ୍ଥାନରେ ଅନାଥ ଆଶ୍ରମ ଓ ବୃଦ୍ଧା ଶ୍ରମ ମାନଙ୍କରେ ପ୍ରସାଦ ସେବନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031