Indus Valley Times

ନୟାଗଡ଼ ରେ ଚାରି ବିଧାୟକ ଏକାଦଶଙ୍କ ମଧ୍ୟରେ ଫୁଟୁବଲ ମ୍ୟାଚ ଅନୁଷ୍ଠିତ

 Breaking News

ନୟାଗଡ଼ ରେ ଚାରି ବିଧାୟକ ଏକାଦଶଙ୍କ ମଧ୍ୟରେ ଫୁଟୁବଲ ମ୍ୟାଚ ଅନୁଷ୍ଠିତ

ନୟାଗଡ଼ ରେ ଚାରି ବିଧାୟକ ଏକାଦଶଙ୍କ ମଧ୍ୟରେ ଫୁଟୁବଲ ମ୍ୟାଚ ଅନୁଷ୍ଠିତ
January 08
12:06 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ ,୮/୧: ନୟାଗଡ ପୋଲିସ ପଡିଆ ରେ ଆଜି ନୟାଗଡ଼ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ ବିଧାୟକ ଏକାଦଶ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ,ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନେତୃତ୍ୱରେ ଗଠିତ ଟିମକୁ ନେଇ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ନୟାଗଡ଼ ବିଧାୟକ ଏକାଦଶ ଓ ଖଣ୍ଡପଡ଼ା ବିଧାୟକ ଏକାଦଶ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଖଣ୍ଡପଡ଼ା ବିଧାୟକଙ୍କ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲେ ।
ନୟାଗଡ଼ ବିଧାୟକ ଡ. ସାହୁ ପ୍ରଥମେ ଗୋଲ ଦେଇ ଖାତା ଖୋଲିଥିବା ବେଳେ ଦଳ ୩-୦ ଗୋଲରେ ନୟାଗଡ ବିଜୟଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ ଦଶପଲ୍ଲା ବିଧାୟକ ଏକାଦଶ ଓ ରଣପୁର ବିଧାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ସଂଘର୍ଷ ପୂର୍ଣ୍ଣ ଥିଲା । ୧ପ୧ ମ୍ୟଚ ଡ୍ର ପରେ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା । ଦଶପଲ୍ଲା ଦଳ ବିଜୟ ଲାଭ କରିବା ସହ ଫାଇନାଲରେ ନୟାଗଡ଼କୁ ବିଧାୟକ ଏକାଦଶ କୁ ସାମ୍ନା କରିଥିଲା ।
ନୟାଗଡ଼ ବିଧାୟକ ଏକାଦଶ ଓ ଦଶପଲ୍ଲା ବିଧାୟକ ଏକାଦଶ ଫାଇନାଲ ମ୍ୟାଚରେ ନୟାଗଡ଼ ବିଧାୟକ ଏକାଦଶ ୧-୦ ଗୋଲରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିବାବେଳେ ଦଶପଲ୍ଲା ବିଧାୟକ ଏକାଦଶ ରନର୍ସ ଅପ୍ ହୋଇଥିଲେ ।
ଏହି ମ୍ୟାଚକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଉଦଘାଟନ କରିଥିଲେ ।ସମସ୍ତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031