Indus Valley Times

ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦିତା

 Breaking News

ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦିତା

ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତରେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦିତା
February 02
20:26 2022

କିଶୋର ମହପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୨ : ଦିନକୁଦିନ ପଞ୍ଚାୟତ ରାଜନୀତି ସରଗରମ ହେବାରେ ଲାଗିଛି। ନୟାଗଡ଼ ସଦର ମୁଥାଗାଡିଆ ପଞ୍ଚାୟତ ରେ ଏହାର ଝଲକ ଦେଖିବାକୁ ମିଳୁଛି। ଏହି ପଞ୍ଚାୟତ ରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି।
ଅଭିଭକ୍ତ ଭାଟସାହି ପଞ୍ଚାୟତ ର ଜଣାଶୁଣା ରାଜନେତା ଯାହାଙ୍କର କି ଏହି ପଞ୍ଚାୟତ ରେ ସବୁବେଳେ ଦବଦବା ରହି ଆସିଥାଏ ସ୍ବର୍ଗତ ପତିଆ ପ୍ରଧାନ ଙ୍କ ପୁତ୍ର ସୁଶାନ୍ତ କୁମାର ପ୍ରଧାନ ମୁଥାଗାଡିଆ ପଞ୍ଚାୟତ ରୁ ମାଛ ଚିହ୍ନ ରେ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଲାଭଜନକ ବେସରକାରୀ ବ୍ୟାଙ୍କ ଛାଡି ପ୍ରକାଶ କୁମାର ଖୋଲା ବହି ଚିହ୍ନ ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପଞ୍ଚାୟତ ରେ ବାପାଙ୍କ ଲୋକପ୍ରିୟତା , ଜନହିତକର କାର‌୍ୟ୍ୟ ରେ ଅନୁପ୍ରାଣିତ ହୋଇ ଏବଂ ଜନସାଧାରଣଙ୍କ ସୁଶାନ୍ତ ପ୍ରଧାନ ଙ୍କ ପ୍ରତି ଆଶା ବିଶ୍ବାସ ଆଧାର କରି ନିର୍ବାଚନ କୁ ଓହ୍ଲାଇ ଥିବା ପ୍ରକାଶ କରିଥିବାବେଳେ ପ୍ରକାଶ କୁମାର ପଞ୍ଚାୟତ ରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିଭିନ୍ନ ସରକାରୀ କାର୍ଯ୍ୟରେ ପିସି କାରବାର , ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ପଞ୍ଚାୟତ ଭାବେ ଗଢିତୋଳିବା ପଞ୍ଚାୟତ ବାସି ଙ୍କୁ ସେମାନଙ୍କ ଉଚିତ ନ୍ୟାୟ ଦେବାପାଇଁ ରାଜନୀତି ଆସିଥିବା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031