Indus Valley Times

ନୟାଗଡ ଏସପି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ଜିଲ୍ଲା କଂଗ୍ରେସ

 Breaking News

ନୟାଗଡ ଏସପି ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ଜିଲ୍ଲା କଂଗ୍ରେସ

November 24
20:28 2020

କିଶୋର ମହାପାତ୍ରଙ୍କ ରିିପୋର୍ଟ

ନୟାଗଡ଼,୨୪/୧୧: ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ବହୁ ଚର୍ଚ୍ଚିତ ପାଞ୍ଚ ବର୍ଷ ର ଝିଅ ପରୀ ଜୁଲାଇ ୧୪ ତାରିଖରେ ଅପହରଣ ଓ ତାର ଦଶ ଦିନ ପରେ ଜୁଲାଇ ୨୩ ତାରିଖରେ ଘର ପଛ ପାଖରୁ ପରୀର ମୃତ୍ୟୁ ଦେହ ବାହାରିବା ଦିର୍ଘ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ଆଜିବି ନୟାଗଡ଼ ସଦର ଥାନା ପୋଲିସ ହାତ ଖାଲି। କଂଗ୍ରେସ, ବିଜେପି, ଏବିଭିପି ଏବଂ ଶାନ୍ତନୁ ବିଶୋଇ ଓ ଭୁବନ ଚାନ୍ଦ ହାତୀ ପ୍ରମୁଖ ଆନ୍ଦୋଳନ ଓ ଅନଶନ ମଧ୍ୟ କରିଥିଲେ। କିନ୍ତୁ ଆଜିବି ଅପରାଧୀ କୁ ପୋଲିସ ଧରିବା ପରିବର୍ତ୍ତେ ପରୀର ବାପା,ମାଆ ଓ ପରିବାର ବର୍ଗଙ୍କୁ ଥାନାକୁ ଡକାଇ ବିଭିନ୍ନ ପ୍ରକାର ନିର‌୍ୟାତନା ଦେଇଥିବା ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି ପରୀର ବାପା ମାଆ। ଜିଲ୍ଲା ପ୍ରଶାସନ ଠାରୁ କୈାଣସି ନ୍ୟାୟ ନପାଇ ଶେଷରେ ହତାଶ ହୋଇ ମଙ୍ଗଳବାର ଅର୍ଥାତ୍ ନଭେମ୍ବର ୨୪ରେ ପରୀର ବାପା ମାଆ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାସହ ପରୀ ହତ୍ୟା ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ.ଅଣୁଣ କୁମାର ସାହୁଙ୍କୁ ଦାୟୀ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ ଖଳନାୟକ ବାବୁଲି ନାୟକ ବିଧାୟକ ଙ୍କ ସହଯୋଗୀ ହୋଇଥିବାରୁ ତାକୁ ପୋଲିସ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି। ପରୀକୁ ନ୍ୟାୟ ଦେବାରେ ବିଫଳ ହେବା ପ୍ରତିବାଦ ରେ ନୟାଗଡ ଜିଲ୍ଲା କଂଗ୍ରେସ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକର ଙ୍କ ବଦଳି ଦାବୀ କରିବାସହ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930