Indus Valley Times

ନୟାଗଡ: କ୍ଷେତରେ ଫଳାଉଥିଲେ ସୁନାର ଫସଲ

 Breaking News

ନୟାଗଡ: କ୍ଷେତରେ ଫଳାଉଥିଲେ ସୁନାର ଫସଲ

ନୟାଗଡ: କ୍ଷେତରେ ଫଳାଉଥିଲେ ସୁନାର ଫସଲ
March 11
10:14 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ, ୧୧/୩ : କ୍ଷେତରେ ଫଳାଉଥିଲେ ସୁନାର ଫସଲ । ଧାନ ଓ ପନିପରିବାର ଚାଷ କରୁଥିଲେ । ଆଉ ଏବେ ଫଳାଉଛନ୍ତି ଲାଲ ଟହଟହ ଷ୍ଟ୍ରବେରୀ । ନୟାଗଡ ଜିଲ୍ଲା ଚଢେୟାପଲ୍ଲୀ ଏବଂ ଗୋଡିପଲ୍ଲୀ ଗାଁର କିଛି ଯୁବ ଚାଷୀ ଟମାଟୋ ଓ ଷ୍ଟ୍ରବେରୀ ଚାଷ କରି ବେଶ ଲାଭବାନ ହେଉଛନ୍ତି । ଟମାଟୋ ଓ ଷ୍ଟ୍ରବେରୀ ଚାଷରୁ ଲକ୍ଷାଧିକ ରୋଜଗାର କରୁଥିବା କହିଛନ୍ତି ।
: ଚାଷ କାମ ଯାହାର…
କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ସଠିକ୍ ସମୟରେ ଉପଯୁକ୍ତ ପ୍ରଣାଳୀରେ ଏକର ଏକର ଜମିରେ ପରିବା ଫସଲ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଚର୍ଚ୍ଚାରେ ନୟାଗଡ଼ ଚଢ଼େୟାପଲ୍ଲୀ ଏବଂ ଗୋଡିପଲ୍ଲୀ ଗାଁର ଚାଷୀ ।
ଷ୍ଟ୍ରବେରୀ ଏବଂ ଟମାଟୋ ଚାଷ କରି ଲକ୍ଷପତି ହୋଇଛନ୍ତି ଓଡ଼ଗାଁ ବ୍ଳକ ଚଢ଼େୟାପଲ୍ଲୀ ଏବଂ ଗୋଡିପଲ୍ଲୀ ଗାଁର ଯୁବ ଚାଷୀ ଅନିରୁଦ୍ଧ ପ୍ରଧାନ, ସଞ୍ଜୟ କୁମାର ପାଳ, ସୁରେଶ କୁମାର ବିଶ୍ବାଳ, ଟୁକୁ ପ୍ରଧାନ, ଏହି ଗାଁର ଅଧିକାଂଶ ଲୋକ ପରିବା ଫସଲ କରି ଲକ୍ଷପତି ହୋଇଥିବା କହିଛନ୍ତି ।
ପରିବା ଚାଷରେ ଅଧିକ ଲାଭ:
ଧାନ ଚାଷ ଅପେକ୍ଷା ପରିବା ଫସଲରେ ଅଧିକ ଲାଭ ମିଳୁଛି । ଚଳିତ ବର୍ଷ ମଧ୍ୟ ଷ୍ଟ୍ରବେରୀ ଏବଂ ଟମାଟୋ ଏବଂ ଅନ୍ୟାନ୍ୟ ପରିବା ଦର ଭଲ ରହିଛି । ଷ୍ଟ୍ରବେରୀ ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇ ଥିବା ବେଳେ ଟମାଟୋ ଫସଲରୁ ୩ ଲକ୍ଷ ଟଙ୍କା ଲାଭ ହୋଇଥିବା ଗୋଡିପଲ୍ଲୀ ଗାଁର ଚାଷୀ କହିଛନ୍ତି ।
ଚଳିତ ବର୍ଷ ପାଣିପାଗ ଅନୁକୂଳ ରହିଥିବାରୁ ଭଲ ପରିବା ଫସଲ ହୋଇଛି । ବଜାରରେ ମଧ୍ୟ ପରିବା ଦର ମୂଲ୍ୟ ଭଲ ରହିଛି । ନୟାଗଡ଼ ମାର୍କେଟକୁ ଅଧିକାଂଶ ପରିବା ଚଢ଼େୟାପଲ୍ଲୀ ଏବଂ ଗୋଡିପଲ୍ଲୀ ଗାଁର ଚାଷୀମାନେ ଯୋଗାଇଥାନ୍ତି ।
କିନ୍ତୁ ଚଳିତବର୍ଷ ଏଥିରେ ଯୋଡି ହୋଇଯାଇଛି ଷ୍ଟ୍ରବେରୀ । ଏହି ଫସଲ ୩ ମାସ ମଧ୍ୟରେ କମ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବା କହିଛନ୍ତି ଚାଷୀ ।
ଚାଷୀ ସୁରେଶ କୁମାର ବିଶ୍ବାଳ କୁହନ୍ତି, ‘ପୂର୍ବରୁ ପନିପରିବା ଚାଷ କରୁଥିଲୁ । ଚଳିତ ବର୍ଷ ଷ୍ଟ୍ରବେରୀ ଚାଷ କଲୁ । ଭଲ ଦି ପଇସା ପାଉଛୁ । ଲାଭବାନ ହେଉଛୁ, କିନ୍ତୁ ଜଳସେଚନର ଅସୁବିଧା ରହିଛି ।
ଅଧିକ ଜଳସେଚନ ସୁବିଧା କରିବାକୁ ଦାବି:
ତେବେ ଚାଷୀଙ୍କ ଅଭିଯୋଗ, ଚାଷ କରିବା ପାଇଁ ଜଳ ସେଚନର ସୁବିଧା ନାହିଁ । ଏହି ସୁବିଧା କରାଗଲେ ବର୍ଷ ତମାମ ସ୍ଥାନୀୟ ବାସିନ୍ଦା ପରିବା ଭଲ ଚାଷ କରିପାରନ୍ତେ । ଷ୍ଟ୍ରବେରୀ ଚାଷରେ ସହଯୋଗ:
ଓଡ଼ଗାଁ ବ୍ଲକ ଉଦ୍ୟାନ ଓ କୃଷି ବିଭାଗ ଅଧିକାରୀ ଅଜିତ କୁମାର ନାୟକ କହିଛନ୍ତି, ‘ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ମାଗଣାରେ ଷ୍ଟ୍ରବେରୀ ଚାରା ଯୋଗାଇ ଦିଆଯାଇଛି ।
ଏହା ସହ କମ ଖର୍ଚ୍ଚରେ ଅଧିକ ଲାଭ ପାଇଁ ଚାଷୀଙ୍କୁ ଉନ୍ନତ ମାନର ପ୍ରଣାଳୀରେ ଚାଷ କରିବା ପାଇଁ ପରାମର୍ଶ ଦିଆଯାଉଛି ।’ ଏନେଇ ଯୁବ ଚାଷୀ କହିଛନ୍ତି, ‘ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି କ୍ଷ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଛି କ୍ଷ ଚାଷ କରିବାର ଉପାୟ ଦେବା ସହିତ କେଉଁ ସମୟରେ କଣ କରାଯିବା ତାହା ଠିକ ଭାବରେ ଅଧିକାରୀ ମାନେ କହିଥିଲେ କ୍ଷ ଆମେ କେହି ଆଶା କରିନଥିଲୁ କି ଷ୍ଟ୍ରବେରୀ ଚାଷ ଏତେ ଭଲ ହେବ ।
କେମିତି ହୁଏ ଷ୍ଟ୍ରବେରୀ ଚାଷ ?
ମାଟିକୁ ପୁରା ଗୁଣ୍ଡ ହେଲା ପର୍ଯ୍ୟନ୍ତ ବିଲକୁ ଭଲ ଭାବରେ ଚାଷ କରାଯାଉଛି ।
ଏହା ପରେ ଜମିରେ ଖତ ମିଶାଇ ଡ୍ରେନେଜ ପରି ମାଟିକୁ ଉଭୟ ପାର୍ଶ୍ୱରେ ଉପରକୁ ଉଠାଇ ଧାଡି ଭାବରେ ସଜା ଯାଉଛି
ଏହା ପରେ ଜଳସେଚନ ବ୍ୟବସ୍ଥା କରାଯାଉଛି
ମଲଚିଙ୍ଗ୍ ଜରି ଉପରେ ପଡିବା ପରେ ଏକ ଫୁଟ ଦୂରତାରେ ଗୋଟିଏ ଗୋଟିଏ ଷ୍ଟ୍ରବେରୀ ଚାରା ଲଗାଯାଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930