Indus Valley Times

ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ଗିରଫ, ଜବତ ହୋଇଛି ଆୟଠୁ ଅଧିକ ସମ୍ପତ୍ତି

 Breaking News

ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ଗିରଫ, ଜବତ ହୋଇଛି ଆୟଠୁ ଅଧିକ ସମ୍ପତ୍ତି

ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ଗିରଫ, ଜବତ ହୋଇଛି ଆୟଠୁ ଅଧିକ ସମ୍ପତ୍ତି
August 24
10:41 2024

ଭୁବନେଶ୍ବର, ୨୪/୮ : ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ତାଙ୍କର ୧କୋଟି ୪୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ବିପୁଳ ପରିମାଣର ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ।
ସୂଚନାଯୋଗ୍ୟ, ଗତକାଲି ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଇଥିଲା।
ସୂଚନା ଅନୁଯାୟୀ, ବିଜୟଙ୍କ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ତାଙ୍କର ପଳାଶୁଣୀ ଘରଟି ଭଡ଼ାରେ ଲାଗିଥିବା ପ୍ରାଥମିକ ସୂଚନା ରହିଛି। କେରଳର ଏର୍ଣ୍ଣାକୁଲମରେ ତାଙ୍କର ଫ୍ଲାଟ୍ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031