Indus Valley Times

ନୟାଗଡ : ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

 Breaking News

ନୟାଗଡ : ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

October 24
21:49 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୪/୧୦ : ଆଜି ତା ୨୪.୧୦.୨୦୨୫ ଅପରାହ୍ନ ୫ ଘଟିକା ରୁ ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ଟ୍ରାଫିକ ଗୋଲେଇ ଛକ ଠାରେ ଗୋମାତା ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ
ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ସଭା ବଳକା ଭୋଜି ଖାଇ ୨୦ ରୁ ଉର୍ଦ୍ଧ୍ୱ ଗୋମାତା ଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟରେ ବିଜେପି ସରକାର କୁ ଦାୟୀ କରାଯାଇ ଗୋହତ୍ୟା କାରୀ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ କାର୍ଯ୍ୟକର୍ତା ମାନେ ପକ୍ଷରୁ ନୟାଗଡ଼ ଟ୍ରାଫିକ ଛକ ଠାରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭାରେ ଅଂଶଗ୍ରହଣ କରି ବିଜେପି, ଆରଏଏସ,ବଜରଙ୍ଗ ଦଳ, ଗୋରକ୍ଷକ,ବିଶ୍ୱ ହିନ୍ଦୁ ପରିଷଦ ଯେଉଁ ମାନେ ହିନ୍ଦୁ ସନାତନୀ ଧର୍ମର ଠେକେଦାର ବୋଲାଉଛନ୍ତି ସେମାନେ ନୂଆପଡା ଗୋହତ୍ୟା ପ୍ରସଙ୍ଗରେ କାହିଁକି ଚୁପ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
କେବଳ ନିଜସ୍ୱ ପ୍ରଚାର ଉଦ୍ଦେଶ୍ୟ ରଖି ରାସ୍ତାକଡ ରେ ଲୋକଦେଖାଣିଆ ଭାବେ ଗୋମାତା ଙ୍କ ସେବା କରି ସାମାଜିକ ଗଣମାଧ୍ୟମ ରେ ପ୍ରସାର କରିବା ଏହି ତଥାକଥିତ ଗୋରକ୍ଷକ ମନଙ୍କ କାର୍ଯ୍ୟ ବୋଲି ଡିସିସି ସଭାପତି ଶ୍ରୀ ଦାଶ କହିଛନ୍ତି ।
ଏହି ବିକ୍ଷୋଭ ସଭାରେ ପୂର୍ବ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ରଣପୁର ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର,ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ,ପୂର୍ଣ୍ଚଚନ୍ଦ୍ର ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଡିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଆମଜାଦ ଖାନ, ଯୁବ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ,ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ବିଶୋଇ, ଯୁବ ଆଇନଜୀବୀ ପୀତବାସ ଖୁଣ୍ଟିଆ, କୂଳେଶ କୁମାର ମହାନ୍ତି, କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଯୁବଛାତ୍ର ମହିଳା କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ରାଜ୍ୟ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031