Indus Valley Times

ନୟାଗଡ : ସୋଲପଟାରେ ହାଇସ୍କୁଲରେ ଶିକ୍ଷକ ତାଲିମ ଶିବିର ଉଦଯାପିତ

 Breaking News

ନୟାଗଡ : ସୋଲପଟାରେ ହାଇସ୍କୁଲରେ ଶିକ୍ଷକ ତାଲିମ ଶିବିର ଉଦଯାପିତ

October 07
18:44 2021

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼, ୭/୧୦ : ନୟାଗଡ଼ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ସୋଲପଟା ହାଇସ୍କୁଲ ପରିସରରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବାବେଳେ ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଭାଗ୍ୟଲତା ଦାଶ ଯୋଗଦେଇ ପ୍ରଥମଶ୍ରେଣୀରୁ ତୄତୀୟ ଶ୍ରେଣୀ ମଧ୍ୟରେ ପିଲାମାନଙ୍କର ତୄଣମୂଳ ସ୍ତରରେ ସର୍ବନିମ୍ନ ଭାଷାଜ୍ଞାନ ଓ ଗଣିତଜ୍ଞାନକୁ କିପରି ସୁଦୄଢ଼ କରାଯାଇପାରିବ ତାହା ହିଁ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।
ଏ ଅବସରରେ ରାଜ୍ୟ ସାଧନକର୍ମୀ ନୀଳମାଧବ ମହାରଣା, ଜିଲ୍ଲା ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକ, ରଘୁନାଥ ଦାଶ,ତ୍ରିନାଥ ପ୍ରଧାନ ଯୋଗଦେଇ ଗୋଡିପଡା,ବଡ଼କୁଟୁଣି,ଭାଲିଆଡିହି,ଆଙ୍ଗିସିଙ୍ଗି,କଲ୍ୟାଣପୁର ଓ ସାଲପଟା କ୍ଲଷ୍ଟରର ପ୍ରାୟ ୧୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଆଧାରରେ ଆସନ୍ତା ୨୦୨୫ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ଭାଷା ଓ ଗଣିତ ଶିକ୍ଷଣ ତଥା ଏହାର ପ୍ରୟୋଗ ପାଇଁ ଦକ୍ଷ କରିବାକୁ ହେଲେ ।
ଜାତୀୟ ଉପଲବ୍ଧି ସର୍ବେକ୍ଷଣରେ ସଫଳତା ହାସଲ କରିବାକୁ ହେଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ଉକ୍ତ ଶିକ୍ଷକ ତାଲିମ ଶିବିରକୁ ସିଆରସିସି ଦେବାଶିଷ ଦାଶ,ରବୀନ୍ଦ୍ର କୁମାର ଘଡେଇ ଓ ଟୁକୁନା ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031