Indus Valley Times

ନୟାଗଡ଼ : ଦିଲୁ ମେମୋରିଆଲ କପ ର ଉଜ୍ଜାପନୀ ଉତ୍ସବ

 Breaking News

ନୟାଗଡ଼ : ଦିଲୁ ମେମୋରିଆଲ କପ ର ଉଜ୍ଜାପନୀ ଉତ୍ସବ

ନୟାଗଡ଼ : ଦିଲୁ ମେମୋରିଆଲ କପ ର ଉଜ୍ଜାପନୀ ଉତ୍ସବ
January 12
19:16 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼.୧୨/୧: ବୁୁଧବାର ନୟାଗଡ ଜିଲ୍ଲା କଇଥଗାଡ଼ିଆ ଗ୍ରାମରେ ବାଲୁଙ୍କେଶ୍ୱର ବ୍ୟାଟମିଣ୍ଟନ କ୍ଲବ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ବହୁତ ସ୍ଥାନ ରୁ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲ ଢେଙ୍କାନାଳ ଏବଂ କେଉଁଝର ମଧ୍ୟ ରେ ହୋଇଥିଲା ।
ପ୍ରଥମ ସେଟ୍ ରେ କେଉଁଝର ଏବଂ ଢେଙ୍କାନାଳ ଉଭୟ ଗୋଟିଏ ସେଟ ଜିତିଥିବା ବେଳେ ଦ୍ୱିତୀୟ ସେଟ ରେ କେଉଁଝର ଲଗାତର ତୃତୀୟ ସେଟ ଟି ଜିତି ଫାଇନାଲ ରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମିଫାଇନାଲ ଟି ଅନୁଗୁଳ ଓ ବାଲେଶ୍ୱର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦୁଇଟି ଯାକ ସେଟ ଜିତି ଫାଇନାଲ ରେ ପ୍ରବେଶ କରିଥିଲା, ଫାଇନାଲ ମ୍ୟାଚ୍ ଟି ଅନୁଗୁଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଦଳ ପ୍ରଥମ ସେଟ ଟି ଜିତିଥିଲେ ଏବଂ ଦ୍ୱିତୀୟ ସେଟ ଟି ଅନୁଗୁଳ ଦଳ ଜିତିଥିଲେ ଏବଂ ଲଗାତର ତୃତୀୟ ସେଟଟି ଜିତି ଦିଲୁ ମେମୋରିଆଲ୍ କପ୍ ର ବିଜେତା ହୋଇଥିଲେ। ଖେଳ କୁ ଶ୍ରୀଯୁକ୍ତ ଅଜିତ ପ୍ରସାଦ ସାହୁ ପରିଚାଳନା କରିଥିଲେ ଜ୍ଝ
ମୁଖ୍ୟ ଅତିଥିଭାବେ ପ୍ରଥମ ଦିନରେ ନୟାଗଡ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ନୟାଗଡ ଜିଲ୍ଲା କ୍ରୀଡ଼ା ଅଧିକାରୀ ଯୋଗଦେଇଥିଲେ।
ଦ୍ୱିତୀୟ ଦିନ ରେ ନୟାଗଡ ସଦର ଥାନା ଇନଚାର୍ଜ ଇନ୍ସପେକ୍ଟର ଦୀପକ ଖଣ୍ଡାୟତ ସାର, ଗୋପୀନାଥ ସ୍ୱାଇଁ, ସତ୍ୟବାନ ନାୟକ, କିଶୋର ସ୍ୱାଇଁ, ଗୋପବନ୍ଧୁ ବେହେରା ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ସହ ଅର୍ଥରାଶି ପ୍ରଦାନ କରିଥିଲେ ଜ୍ଝ ହୃଷିକେଶ ପାତ୍ର ଖେଳ ର ଦାୟିତ୍ଵ ନେଇଥିବା ବେଳେ ବିବିସି କ୍ଲବ ର ସଭାପତି ରାଜେଶ ବରାଡ଼ ଏବଂ କ୍ୟାସିଅର ପ୍ରଫୁଲ୍ଲ କୁମାର ସ୍ୱାଇଁ ଓ ବିବିସି କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ସୁନ୍ଦରଗଡ ଜିଲ୍ଲାରେ ସିବିଜିଇ ଓ ସିଆଇଆରଟିଡି ଦ୍ୱାରା ୧୦ ହଜାରେ ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିକ୍ଷା ଦେଲେ ସୋମ ରୟଞ୍ଚ
ନୟାଗଡ଼, ୧୨/୧: ସାମ୍ପ୍ରତିକ ସ୍ଥିତି ଓ ଵିଧିବ୍ୟବସ୍ଥା ଭିତରେ ବ୍ୟକ୍ତି ଚରିତ୍ରକୁ ସୁସ୍ଥ ଓ ସୁନ୍ଦର କରିବା ସହିତ ପରିବର୍ତ୍ତିତ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ଆମ ସଂସ୍କୃତି ପରମ୍ପରା ଯେ କେତେ ଗୁରୁତ୍ୱ ବହନ କରେ ତାହାର ଏକ ଝଲକ ମିଳେ ସୋମ ରୟ ଙ୍କ ଠାରୁ। ବିଦ୍ୟାର୍ଥୀ ମାନଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ମଧ୍ୟରେ ଚାରିତ୍ରିକ ଜାଗୃକତା ପର୍ଯ୍ୟନ୍ତ ଦିର୍ଘ ୭ବର୍ଷ ଧରି ଅହରହ ଚେଷ୍ଠା ଜାରୀ ରଖିଛନ୍ତି।୨୦୨୧ ଅଗଷ୍ଟ ମାସରେ ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଶ୍ରୀ ଗୁରୁ ପ୍ରସାଦ ଚୌଧୁରୀ ପ୍ରସ୍ତାବ ଦିଅନ୍ତି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ ରେ ବିଦ୍ୟାର୍ଥୀ ମାନଙ୍କର ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ ଊଓଏଓଞଇଖ ଉଓଞଓତଋଘଝଐଓଚ ଗଙଠଋଗଋଘଞ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ। ଯାହା ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ସ୍ୱୀକୃତି ଦ୍ୱାରା ସିବିଜିଇ କମ୍ୟୁନିଟିଜର ତରଫରୁ ପୁରା ଜିଲ୍ଲାରେ ଆୟୋଜନ କରାଯାଇଛି।

ଆଜିର ଆଧୁନିକ ବିଦ୍ୟାର୍ଥୀ ସମାଜ ପାଇଁ ଡିଜିଟାଲ ଶିକ୍ଷା କେତେ ଯେ ଅପରିହାର୍ଯ୍ୟ ତାହା ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଶ୍ରୀ ଗୁରୁ ପ୍ରସାଦ ଚୌଧୁରୀ ମର୍ମରେ ଅନୁଭବ କରି ସୋମ ରୟଙ୍କ ଦ୍ୱାରା ସେପ୍ଟେମ୍ବର ମାସ ୧୮ତାରିଖ ଦିନ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ,ଗର୍ଜନ ରାଉରକେଲା ର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ସିଂଙ୍କ ତତ୍ୱବାଧାନରେ କାର୍ଯ୍ୟକ୍ରମ ସଫଳ ରୂପେ ଅନୁଷ୍ଠିତ ହୁଏ।ଛାତ୍ରଛାତ୍ରୀ ମାନଙ୍କର ଵିଶେଷ ଆଗ୍ରହ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଭୂରୀ ଭୂରି ପ୍ରଶଂସା ଏକ ନୂତନ ସମ୍ଭାବନା ସମ୍ଭାବନା ଜାଗ୍ରତ କରେ ସାରା ଜିଲ୍ଲାରେ କାର‌୍ୟ୍ୟକ୍ରମକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ।
ସୋମ ରୟ କୁହନ୍ତି ବିଦ୍ୟାର୍ଥୀ ମାନଙ୍କ ଉଗ୍ର ଆଧୁନିକ ଯୁଗର ଚାଲି ଚଳଣି ପ୍ରତି ଅହେତୁକ ଆଗ୍ରହ ଓ ଅନନେଙ୍କର ଆମ ସଂସ୍କୃତି ପରମ୍ପରା ପ୍ରତି ଅନାଗ୍ରହ ପ୍ରଦର୍ଶନ ଏବଂ ତାର ଫଳ ସ୍ୱରୂପ ସମାଜରେ ବ୍ୟକ୍ତି ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଚାରିତ୍ରିକ ଅଧପତନର ଏକ ମୁଖ୍ୟ କାରଣ। ଯଦି ଏହା ପ୍ରତି ଅଧୁନା ସମାଜ, ପ୍ରଶାସନ ଓ ବୁଦ୍ଧିଜୀବୀ ଧ୍ୟାନ ଆକର୍ଷଣ ନକରିବେ ତେବେ ଭବିଷ୍ୟତର ସମାଜ ବିଶୃଙ୍ଖଳିତ ହୋଇଯିବ।

ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଶ୍ରୀ ଚୌଧୁରୀ ଙ୍କ ଲକ୍ଷ ଛାତ୍ରଛାତ୍ରୀ ଓ ଯୁବ ସମାଜ ମଧ୍ୟରେ ମାନବିକ ମୂଲ୍ୟବୋଧର ଉନ୍ମେଷ ଘଟାଇବା ଏବଂ ଷ୍ଟୋରି ଟେଲର ସୋମ ରୟଙ୍କ ଦ୍ଵାରା ମହାମନିଷି ମାନଙ୍କ ଚାରିତ୍ରିକ ଉଦାହରଣ ମାଧ୍ୟମରେ ଆମ ସଂସ୍କୃତି ର ବାସ୍ତବତା ଏବଂ ପରମ୍ପରା ର ନିର୍ଯ୍ୟାସ ସେମାନଙ୍କ ନିକଟରେ ପହଞ୍ଚାଇବା। ସୁନ୍ଦରଗଡ ଜିଲ୍ଲାର ଲାଠିକଟା, ରାଜଗାଙ୍ଗପୁର, ସୁନ୍ଦରଗଡ ସଦର ଓ ଳେଫ୍ରିପଡା ଏହି ୪ଟି ବ୍ଲକର ୭୫ ରୁ ଅଧିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଇଂରାଜୀ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ପାଇଁ ୱାର୍କସପ କରିଛନ୍ତି। ଏବଂ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ଅନୁରୋଧ କ୍ରମେ ଗତ ଡେସେମ୍ବର ୨୨ ତାରିଖରେ ରାଉରକେଲା ଠାରେ ଅନୁଷ୍ଠିତ ସ୍କାଉଟ ଗାଇଡ଼ କ୍ୟାମ୍ପ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୩୦୦ ସ୍କାଉଟ ଗାଇଡ଼ ମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ରୟ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ମହତ୍ଵ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ରାଷ୍ଟ୍ର ଗଠନରେ ଚାରିତ୍ରିକ ତଥା ମାନବିକ ମୂଲ୍ୟବୋଧର ବାର୍ତା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଶ୍ରୀ ରୟଙ୍କ ବକ୍ତବ୍ୟରୁ ବୁଝାପଡେ।ଉଚ୍ଚ ଶିକ୍ଷା ପ୍ରାପ୍ତି ପରେ ଆଜିର ଯୁବ ବର୍ଗ ସାର୍ଟିଫିକେଟ ଖଣ୍ଡେ ଧରି ବୃତ୍ତି ପାଇଁ ଘୁରି ବୁଲିଵା ଚାରିତ୍ରିକ ସ୍ଖଳନ ଏବଂ ଅଧୋହପତନ ମନରେ ନନା ଦୁଶ୍ଚିନ୍ତା କିପରି ସେମାନଙ୍କୁ ତିଳତଳତା କରୁଛି ଓ ତାର ଭୟବହତା ଆମେ ସମସ୍ତେ ଜାଣନ୍ତି।କିନ୍ତୁ ଯେଉଁ କିଛି ବ୍ୟକ୍ତି ମାନଙ୍କ ମନରେ ରେଖାପାତ କରେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ମାନ୍ୟବର ବିଧାୟକ ରାଉରକେଲା ଶ୍ରୀ ସାରଦା ପ୍ରସାଦ ନାୟକ, ଶ୍ରୀ ଚୌଧୁରୀ ,ଶ୍ରୀ ନଟ କିଶୋର ମିଶ୍ର, ଓ ଶ୍ରୀ ସୋମ ରୟ ଅନ୍ୟତମ।

ଟେକ୍ନୋଲୋଜି ଏବଂ ଭାରତୀୟ ସଂସ୍କୃତିର ସୁନ୍ଦର ସମାହାର ମାଧ୍ୟମରେ ଯୁବପଢି କିପରି ଏକ ସୁନ୍ଦର ଭବିଷ୍ୟତ ଓ ମାନବୀୟ ସମ୍ପନ୍ନ ସହୀତ ସଫଳ ବ୍ୟକ୍ତିତ୍ବଧାରୀ ହୋଇ ପାରିବ ତାହା ପ୍ରଶାସନ ଓ ଆମ ସଂସ୍ଥାର ଉଦେଶ୍ୟ ବୋଲି ଶ୍ରୀ ଚୌଧୁରୀ କୁହନ୍ତି। ଶେଷ ବର୍ଷ ସେପ୍ଟେମ୍ବର ମାସ ରୁ ଓ ଚଳିତ ବର୍ଷ ଜାନୁଆରୀ ମାସର ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ୧୦ ହଜାରରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଡିଜିଟାଲ ଶିକ୍ଷାର ବିକାଶ ୱାର୍କସପ ରେ ସାମିଲ କରି ନିଜକୁ ଗୌରବାର୍ଣ୍ଣିତ ଅନୁଭବ କରୁଛୁ।
ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତି ପ୍ରତି ଭବାନନୁ ମୁଖୀ କରି ସେମାନଙ୍କ ମୁହଁରେ ହସର ଝଲକ ବୁଣିଦିଅନ୍ତି ଶ୍ରୀ ସୋମ ରୟ ତାଙ୍କର ଏ ପ୍ରଚେଷ୍ଟା ଓ ମହତ କାର‌୍ୟ୍ୟପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଓ ମୁଖ୍ୟ ଶାସନ ସଚିବ ଓଡ଼ିଶା ମାନ୍ୟବର ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଠାରୁ ପ୍ରଶଂସା ପାଇଛନ୍ତି।

ଅଧୁନା ଯୁଗରେ ଡିଜିଟାଲ ଶିକ୍ଷା ଓ ଟେକ୍ନୋଲୋଜି ର ସଦୁପଯୋଗ ତତ ସହିତ ବ୍ୟକ୍ତିତ୍ବ ର ବିକାଶ ଦ୍ୱାରା ପ୍ରତ୍ୟେକ ବିଦ୍ୟାର୍ଥୀ ସଫଳ ବ୍ୟକ୍ତି ଟିଏ ହୋଇ ପାରିଲେ ତାହା ବିଦ୍ୟାର୍ଥୀ ଓ ସମାଜ ପାଇଁ ମଙ୍ଗଳାକାରୀ ହେବ ସହିତ ବିଦ୍ୟାର୍ଥୀର ବିକଶିତ ବ୍ୟକ୍ତିତ୍ବ ଦେଶ ଗଠନରେ ସହାୟକ ହେବ।ଅନେକ ସଫଳ ବ୍ୟକ୍ତି ମାନଙ୍କର ମତ ସଫଳତା ପାଇଁ ଅନୁଶାସନ, ଏକାଗ୍ରତା ଓ କଠିନ ପରିଶ୍ରମ ସଫଳତାର ଫଳଦାୟୀ ସୁତ୍ର ଅଟେ। ଆଜିର ଆଧୁନିକ ଯୁଗର ଚାକଚକ୍ୟ ଭିତରେ ବିଦ୍ୟାର୍ଥୀ ମାନେ ଏହି ଫଳଦାୟୀ ସୁତ୍ର ଗୁଡିକୁ ଜାଣି ନ ପାରି ଦିଗ ହରା ହୋଇ୦ ପଡୁଛନ୍ତି।ଯାହାର ପରିଣାମ ଛାତ୍ର ଅସନ୍ତୋଷ, ଆତ୍ମାହୂତି, ସଙ୍ଘର୍ଷ, ହିଂସା ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଇଛି। ଯୋଉଥିପାଇଁ ଯୁବ ବିଦ୍ୟାର୍ଥୀ ,ଅଭିଭାବକ ଓ ପ୍ରଶାସନ ସମସ୍ତେ ଜର୍ଜରୀତ ଏପରି ବିଷମ ପରିସ୍ଥିତିରେ ମାନବୀୟ ଗୁଣରାଜି ଦ୍ୱାରା ବ୍ୟକ୍ତିତ୍ବର ବିକାଶ ହୋଇ ପାରିଲେ ସମସ୍ୟା ଆପଣାଛାଁଏ ସମାଧାନ ହୋଇ ପାରିବ ବୋଲି ବିଦ୍ୟାର୍ଥୀଙ୍କ ଅତିପ୍ରିୟ ଶ୍ରୀ ସୋମ ରୟ ବିଶ୍ୱାସ। ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ବ୍ୟକ୍ତି ସ୍ଵାର୍ଥ ଠାରୁ ଦେଶ ବଡ ଏବଂ ଦେଶ ଗଠନରେ ବିଦ୍ୟାର୍ଥୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଅତୁଳନୀୟ ଭାବି ନିଜର ସର୍ବସ୍ୱ ବିଦ୍ୟାର୍ଥୀ ବ୍ୟକ୍ତିତ୍ବ ବିକାଶ ପାଇଁ ଉତ୍ସର୍ଗ କରି ତାତ୍ପରତା ର ସହିତ ସିବିଜିଇ କମ୍ୟୁନିଟିଜର ପ୍ରତିଷ୍ଠାତା ଶ୍ରୀ ଗୁରୁ ପ୍ରସାଦ ଚୌଧୁରୀ ଓ ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀ ନଟ କିଶୋର ମିଶ୍ର ( ସୁରୁ ଭାଇ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଜାରି ରହିଛି।
ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର।
ନୟାଗଡ଼, ୧୨/୧: ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ୟକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟ ଅତିଥି ଉଦଘାଟନୀ ସମ୍ଭାଷଣ ରଖିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବିଦ୍ୟାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ୟକ୍ତି ମାନେ ରକ୍ତ ଦାନ କରିଥିଲେ।ବିଦ୍ୟାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ୟାଙ୍କର ଡାକ୍ତର ସଂଜୟ କୁମାର ଦାଶ, ସସ୍ମିତା ଦାସ, ସରୋଜ କୁମାର ସାହୁ,ଆଶୁତୋଷ ଲେଙ୍କା,ପଞ୍ଚୁ ଦଳେଇ ଓ ପ୍ରଫୁଲ ଚନ୍ଦ୍ର ପ୍ରତିହାରୀ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପ୍ରତିବର୍ଷ ପରି ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031