ନୟାଗଡ଼ : ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ପ୍ରସିଦ୍ଧ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ନାମରେ ପୁରସ୍କାର ପ୍ରଦାନ
August 07
19:29
2021
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୮ : ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବାପାଇଁ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଘୋଷଣା କରିଛନ୍ତି ।
ପ୍ରତ୍ୟେକ ବର୍ଷ ମେ ମାସ ପ୍ରଥମ ରବିବାର ବିଶ୍ଵ ହାସ୍ୟ ଦିବସ ଅବସରରେ ହାସ୍ୟ ରସିକ ଉପାୟନ ନାମରେ ଏହି ପୁରସ୍କାର ପ୍ରଦାନ କରାଯିବ।
ରାଜ୍ୟ ସ୍ତରରୁ ଜଣେ ଯୁବ ସ୍ରଷ୍ଟାଙ୍କୁ ଏହି ପୁରସ୍କାର ଦିଆଯିବା ସହ ୨୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମଞ୍ଚ ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି।