Indus Valley Times

ନୟାଗଡ଼ : ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ

 Breaking News

ନୟାଗଡ଼ : ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ

September 30
21:44 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୯ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆଦର୍ଶ ଥାନା ଅଧୀନସ୍ଥ ବାହାଡାଝୋଲା ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ସ୍ୱର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ମୃତିରେ ଗୁରୁବାର ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପୁତ୍ରବଧୁ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ \”ସମର୍ପଣ\” ନାମକ ଏକ ସ୍ମୃତିପତ୍ରିକାର ପ୍ରଚ୍ଛଦ ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି।
ଉକ୍ତ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର,ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ସମ୍ପାଦକ ବ୍ୟଙ୍ଗକାର ଭାବଗ୍ରାହୀ ମହାପାତ୍ର,ସହସମ୍ପାଦକ ଯୁବକବି ଯଶୋବନ୍ତ ପଟ୍ଟନାୟକ,କବି ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ,ଅରୁଣ କୁମାର ସାହୁ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର,ଗାଳ୍ପିକ ଶାନ୍ତନୁ ବିଶୋୟୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତଥିଲେ ।
ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତି ଚାରଣ କରିବା ସହ ଉଭୟ ପ୍ରଶାନ୍ତ ଓ ପ୍ରିୟଦର୍ଶନୀଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ନିଜେ ବୋହୁ ପ୍ରିୟଦର୍ଶନୀ ନିଜ ଦିବଂଗତ ଶ୍ୱଶୁରଙ୍କ ଉଦ୍ଦେଶ୍ୟରେ ସମର୍ପିତ ପୁସ୍ତକଟି ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି ସୂଚନା ଦେଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031