Indus Valley Times

ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ

 Breaking News

ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ

ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ
April 07
21:04 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୪ : ରଣପୁର ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ନିଷ୍ପତ୍ତି ଅନୁସାରେ ସମଗ୍ର ଭାରତ ବର୍ଷରେ ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି (ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ) ନାମରେ ନାମିତ ଏହି ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ର ଚେତନାରେ ବ୍ରତୀ ହେବା ପାଇଁ ଦଳର ସମ୍ବିଧାନ,ବିଚାରଧାରା ଓ ଇତିହାସ ସମ୍ପର୍କରେ ଏହି ପ୍ରଶିକ୍ଷଣ ବର୍ଗରେ ଅନେକ କଥା ଆଲୋଚନା ହୁଏ ।
ଭାରତୀୟ ଜନତା ପାର୍ଟି ଭଳି ବିଶ୍ୱର ସର୍ବବୃହତ୍ ଦଳରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେବା ଏକ ନିରନ୍ତର ପ୍ରକ୍ରିୟା ।
ଏହି ମର୍ମରେ ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଅନ୍ତର୍ଗତ ୭ ଗୋଟି ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଗତ ତା -୦୪/୦୪/୨୦୨୬ ରିଖରୁ ଉଦଘାଟନ ହୋଇ ତା -୦୭/୦୪/୨୦୨୬ ରିଖରେ ଉଦଯାପନ ହୋଇ ଯାଇଅଛି ।
ଏହି ପ୍ରଶିକ୍ଷଣ ବର୍ଗରେ ବିଜେପିର ଇତିହାସ, ବିକାଶ, କାର୍ଯ୍ୟ ପଦ୍ଧତି, ବୈଚାରିକ ଅଧିଷ୍ଠାନ,କାର‌୍ୟ୍ୟ ବିସ୍ତାର, ବୁଥ ପରିଚାଳନା,ମନ୍ କି ବାତ୍, ସାମାଜିକ ଗଣମାଧ୍ୟମ ଓ ଅନ୍ତ୍ୟୋଦୟ ରୁ ସଂତୃପ୍ତି ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା କ୍ରିୟାନ୍ୱୟନ ଆଦି ୭ ଗୋଟି ବିଷୟକୁ ନେ଼ଇ ୭ ଟି ସତ୍ର ରେ ରାଜ୍ୟସ୍ତରୀୟ ବକ୍ତାମାନେ ନିଜେ ନିଜର ବକ୍ତବ୍ୟ ରଖିଥିଲେ ।
ବିଭିନ୍ନ ସତ୍ରରେ ଅତିଥି ଭାବେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ – ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, ଓ ରାଜ୍ୟ ବିଜେପିର ମୁଖପାତ୍ର ସୁଦୀପ୍ତ ରାୟ, ସମ୍ପାଦିକା ରାଜ୍ୟ ବିଜେପି – ସ୍ମୃତି ପଟ୍ଟନାୟକ , ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ଵାଇଁ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ ବିଜେପି ର ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାଶ, ରାଜ୍ୟ ବିଜେପି ର ସାମାଜିକ ଗଣମାଧ୍ୟମ ସଂଯୋଜକ ଜ୍ୟୋତିରଞ୍ଜନ ନାୟକ, ରାଜ୍ୟ ବିଜେପି ର ପ୍ରବକ୍ତା ଲକ୍ଷ୍ମଣ କୁମାର ପଣ୍ତା, ବରିଷ୍ଠ ନେତା ତଥା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନାନନ୍ଦ ତ୍ରିପାଠୀ, ନିକୁଞ୍ଜ କିଶୋର ପଟ୍ଟନାୟକ, କେଳୁ ଚରଣ ଜଗଦ୍ଦେବ, ମହେଶ ମିଶ୍ର,ରୋଜିନାରାଣୀ ଦାସ ଓ ଚନ୍ଦ୍ର ବିଜୟୀ ମିଶ୍ର ପ୍ରମୁଖ ବକ୍ତାମାନେ ନିଜ ନିଜ ବିଷୟ ରଖିଥିଲେ । ସମରୋପ ଉତ୍ସବରେ କନ୍ଧମାଳ ର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଓ ବଡ଼ମ୍ବା ନରସିଂହପୁର ର ବିଧାୟକ ବିଜୟ କୁମାର ଦଳବେହେରା ସମାରୋପ ଅଭିଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସତ୍ରରେ ଯଥାକ୍ରମେ ବିଜେପି ର ରଣପୁର ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ସୁଶାନ୍ତ କୁମାର ବେହେରା, ଶରଣକୁଳ ମଣ୍ଡଳ ସଭାପତି ମନୋଜ କୁମାର ସାହୁ, ଗୋଡ଼ିପଡ଼ା ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ,ରଣପୁର ନଗର ମଣ୍ଡଳ ସଭାନେତ୍ରୀ ସୋନାଲି ପ୍ରଧାନ, ରାଜସୁନାଖଳା ମଣ୍ଡଳ ସଭାପତି ଜ୍ୟୋତିରଞ୍ଜନ ସାହୁ,ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ,ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ।
୪ ଦିନ ବ୍ୟାପି ଏହି ପ୍ରଶିକ୍ଷଣ ଶିବିରକୁ ସୁଶାନ୍ତ କୁମାର ବେହେରା ଓ ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିଲେ ଏବଂ ପରେଶ ମିଶ୍ର, ନିର୍ମଳ କୁମାର ମତ୍ତଗଜସିଂହ, ଜୟନ୍ତ କୁମାର ନାୟକ, ସୁବର୍ଣ୍ଣ ସିଂ, ଗଣେଶ୍ୱର ମାନ୍ଧାତା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031