Indus Valley Times

ପବିତ୍ର ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

 Breaking News

ପବିତ୍ର ଅକ୍ଷୟ ତୃତୀୟା ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

April 30
22:21 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୩୦/୪ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ର ପୂଜା ଚାଷୀ କରି ତା ବୁକୁରେ ଲଙ୍ଗଳ ଯୋଚି ବିହନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରେ।
ଚାଷୀ ଖରା, ବର୍ଷା, ଶୀତ, କାକର ସହି ଦୁନିଆକୁ ଆହାର ଯୋଗାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଥାଏ। ଏଣୁ ଚାଷୀ ଓ ତା ପରିବାରକୁ ସମ୍ମାନ ଦେବା ରାଷ୍ଟ୍ରର ପରମ କର୍ତ୍ତବ୍ୟ ଅଟେ। ଏହାକୁ ଭିତ୍ତିକରି ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନକରି ପି ଏମ କିଷାନ ଓ ସି ଏମ କିଷାନ୍ ପ୍ରୋତ୍ସାହନ ଚାଷୀ କୂଳକୁ ନୂତନ ଦିଗ ଦର୍ଶନ ଦେବ ବୋଲି ଆଜି ପବିତ୍ର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନରେ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୮ ଘଟିକା ସମୟରେ ଭାରତୀୟ ଡ଼ାଲି ଜାତୀୟ ଫସଲ ଅନୁସନ୍ଧାନ ଆଞ୍ଚଳିକ କେନ୍ଦ୍ର, ଫାର୍ମ ଛକ ଖୋର୍ଦ୍ଧା ଠାରେ ଭୂମି ପୂଜନ ସହ ଅକ୍ଷି ମୁଠି କ୍ଷେତରେ ବୁଣି ହଳ ଲଙ୍ଗଳ ଧରି ଆନୁଷ୍ଠାନିକ ଭାବେ କୃଷିକାର୍ଯ୍ୟ ଶୁଭାରମ୍ଭ କରିବାସହ ଜୟୀ ରାଜଗୁରୁ ଟାଉନ ହଲ ଖୋର୍ଦ୍ଧାଠାରେ କୃଷକ ସମାବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ କରି ଖୋର୍ଦ୍ଧା ଜିଲ୍ଲାରେ ଶସ୍ୟ ଶ୍ୟାମଳା ପୁରୁଉଠୁ ବୋଲି ନିଜ ଉଦବୋଧନରେ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଭୂମି ପୁଜନରେ ଯୋଗଦାନ କରି ଅକ୍ଷି ମୁଠି ବୁଣି ହଳ ଲଙ୍ଗଳରେ ଚାଷ ଅନୁକୂଳ କରି ଟାଉନ ହଲ ଠାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ସେ କହିଲେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଏଠାର ଲୋକ ମାନଙ୍କର ଜୀବନ ଶୈଳୀ, ବଞ୍ଚିବାର ରାହା କୃଷି ଉପରେ ନିର୍ଭର କରିଥାଏ। ମଣିଷର ସ୍ପନ୍ଦନ ଭଳି କୃଷି ଆମ ଜୀବନରେ ପ୍ରଭାବିତ ହୋଇଥାଏ । କାହିଁ କେଉଁ ଅନାଦି କାଳରୁ ପୃକୃତିର ନିୟମରେ ଅକ୍ଷୟ ତୃତୀୟା ପାଳନ ହୋଇଆସୁଛି ।
ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଆଜି ଅନୁକୂଳ ହେବାର ପରମ୍ପରା ରହିଛି। ପୃକୃତି ରାଣୀ ଆମକୁ ସବୁ ବିଭବ ଭରି ଦେଇଛି ।
ଆମର ନାକାରତ୍ମକ ଭାବନାକୁ ସାକାରତ୍ମକ ଆଣି ସରକାରଙ୍କ ଯୋଜନାକୁ ଆପଣେଇଲେ ଚାଷୀ, ଚାଷ, ଚାଷ ଜମିର ଉନ୍ନତି ହେବା ସହ ଖୋର୍ଦ୍ଧା ଜିଲ୍ଲା ବିକାଶର କେନ୍ଦ୍ର ବିନ୍ଦୁ ହେବ ବୋଲି ପ୍ରକାଶ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ମୁଖୀ ଦୃତ ଯୋଜନାର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥିଙ୍କ ସହ ସମସ୍ତ କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମ ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।
ଅକ୍ଷୟ ତୃତୀୟା ଦିବସ ପରିପ୍ରେକ୍ଷୀରେ ଜିଲ୍ଲାର ୧୦ ଜଣ ସଫଳ ଚାଷୀ କୃଷ୍ଣ ଚନ୍ଦ୍ର ଓଝା ମଙ୍ଗରାଜପୂର୍, ପ୍ରଭାତ କୁମାର ଜେନା ବେଲପଦର୍, ଜୟ ପ୍ରକାଶ ସାମନ୍ତରାୟ କପାସିଆ, କେଳୁ ଚରଣ ସାମନ୍ତରାୟ ଗୋପୀନାଥପୁର,ଓ ପ୍ରଶାନ୍ତ ଶାସମଲ ବିରିବାଡ଼ି,ଗଗନ ବିଶ୍ଵାଳ ଲେଣ୍ଡୋ,କବିରାଜ ସାମନ୍ତସିଂହାର ଟାଙ୍ଗିଆପଡ଼ା ,ଜି ଶ୍ରୀନିବାସନ କାଲୁନିଆରି ସମନ୍ୱିତ ଚାଷ ଏବଂ ମାଆ ଅନ୍ନପୂର୍ଣ୍ଣା ଏସ ଏସ ଜି ଉଜିଲ ଗୋପୀନାଥପୁର ମାଣ୍ଡିଆ ଚାଷ ଏବଂ କୌଶଲ୍ୟା ଜେନା କଣ୍ଟାବାଡ଼ ଆଖୁଚାଷ ଉତ୍କର୍ଷତା ପାଇଁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ ।
ଶେଷରେ ସହକାରୀ କୃଷି ଜିଲ୍ଲା ଅଧିକାରୀ ଟାଙ୍ଗୀ ଶ୍ରୀ ମନୋରଞ୍ଜନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସଭାମଞ୍ଚ ପରିଚାଳନା ଭୁବନେଶ୍ୱର ବ୍ଲକ୍ କୃଷି ବୈଷୟିକ ପରିଚାଳିକା ଶ୍ରୀମତୀ ସୁନିତା ମହାପାତ୍ର ସମ୍ପାଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା,କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ, ଚାଷୀ ସଂଗଠନ, ସ୍ଵୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ସଭା ସ୍ଥଳୀରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନର ସିଧା ପ୍ରସାରଣର ଆୟୋଜନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031