Indus Valley Times

ସ୍କୁଲରେ ଚାଲିଥିଲା ଗଣିତ କ୍ଲାସ୍, ନବମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଯାହା ବାହାରିଲା ତାଜୁବ ହୋଇଗଲେ ସାର୍

 Breaking News

ସ୍କୁଲରେ ଚାଲିଥିଲା ଗଣିତ କ୍ଲାସ୍, ନବମ ଶ୍ରେଣୀ ଛାତ୍ରଙ୍କ ପକେଟ୍‌ରୁ ଯାହା ବାହାରିଲା ତାଜୁବ ହୋଇଗଲେ ସାର୍

December 13
12:48 2025

କେନ୍ଦ୍ରାପଡ଼ା, ୧୩/୧୨ : କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଚାଞ୍ଚଲ୍ୟ ଘଟଣା। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ କ୍ଲାସ୍ ଚାଲିଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ର ପକେଟ୍ ଉଚ୍ଚା ଦେଖା ଯାଇଥିଲା।
ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ ଏକ ବନ୍ଧୁକ ବାହାରିଥିଲା। ଏନେଇ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିଲେ। କୁଦାନଗରୀ ପୁଲିସ ବନ୍ଧୁକ ଜବତ କରିବା ସହ ଛାତ୍ରକୁ କୋରୁଆ ଅନାଥ ଆଶ୍ରମରେ ରଖି ତଦନ୍ତ କରୁଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲେ। ଏତେ କମ୍ ବୟସରେ ବନ୍ଧୁକ ସେ କାହିଁକି ସ୍କୁଲକୁ ଆଣିଲେ ଏହା ପଛରେ ସତ୍ୟ ଲୁଚି ରହିଛି ସବୁ ଘଟଣାକୁ ପୁଲିସ୍ ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031