Indus Valley Times

ପବିତ୍ର ଶିରିଡି ଧାମରେ ମୁନିଗୁଡ଼ା ପ୍ରେସ କ୍ଲବର ୧୯ତମ ବାର୍ଷିକ ଉତ୍ସବ

 Breaking News

ପବିତ୍ର ଶିରିଡି ଧାମରେ ମୁନିଗୁଡ଼ା ପ୍ରେସ କ୍ଲବର ୧୯ତମ ବାର୍ଷିକ ଉତ୍ସବ

ପବିତ୍ର ଶିରିଡି ଧାମରେ ମୁନିଗୁଡ଼ା ପ୍ରେସ କ୍ଲବର ୧୯ତମ ବାର୍ଷିକ ଉତ୍ସବ
March 12
10:38 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ମୁନିଗୁଡ଼ା, ୧୨/୩ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପ୍ରେସ କ୍ଲବର ୧୯ତମ ବାର୍ଷିକ ଉତ୍ସବ ଆଜି ଶିରିଡି ସାଇ ଧାମ ପରିସର ଆଧ୍ୟାତ୍ମିକ ପରିବେଶ ଓ ମନୋଜ୍ଞ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ ଓ ଉପ ସଭାପତି ମନୋରଞ୍ଜନ ଦଲାଇଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରେସ କ୍ଲବର ମୁଖ୍ୟ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ପଣ୍ଡା,ଈଶ୍ୱର ରାଓ,ଗଣେଶ ପ୍ରସାଦ ପାତ୍ର,ଚନ୍ଦ୍ରପୁର ପ୍ରେସ କ୍ଲବର ସଭାପତି ପ୍ରମୋଦ ସାହୁକାର,ରଘୁନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ବାବା ସାଇନାଥଙ୍କ ପୂଜାର୍ଚ୍ଚନା ପୂର୍ବକ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ।
ସାଧାରଣ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ଉପ ସଭାପତି ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି କହିଥିଲେ ସାମ୍ବାଦିକ ମାନଙ୍କ ଆଗରେ ଆଗରୁ ଅନେକ ସମସ୍ୟା ଥିଲା,ଆଜିବି ରହିଛି ଆଉ ଯାହା ଭବିଷ୍ୟତ ଦେଖାଯାଉଛି ଏହି ସମସ୍ୟା ଆଗକୁ ଏହିଭଳି ରହିବ।
ତଥାପି ପୃଥିବୀରେ ଯେତେ ପ୍ରକାର ସେବା ଯୁକ୍ତ କାର୍ଯ୍ୟ ରହିଛି ତନ୍ମଧ୍ୟରୁ ସାମ୍ବାଦିକତା ହେଉଛି ସର୍ବଶ୍ରେଷ୍ଠ।ଏହା କାର୍ଯ୍ୟ ଆମକୁ ଅନେକ ଦାରିଦ୍ର‌୍ୟତା,କଷ୍ଟ ଓ ଯାତନା ମଧ୍ୟରେ ଅନେକ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ କହିଥିଲେ।ସମସ୍ତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା କହିଥିଲେ ସମର୍ପିତ ଭାବନା ନେଇ ସମାଜ ପାଇ ସେବା ଯୋଗାଇ ପାରିଲେ ତାହା ଶ୍ରେଷ୍ଟ ରାଷ୍ଟ୍ର ଧର୍ମ ହେବ।ସଭାପତି ତାଙ୍କ ସଭାପତିତ୍ବ ଅଭିଭାଷଣରେ କହିଥିଲେ ଚଳିତ ବର୍ଷ ଶିରିଡି ଧାମରେ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ସଭିଙ୍କ ଆଗ୍ରହକୁ ଦେଖି ଏହି ନିର୍ଣ୍ଣୟ ନିଆଯାଇଥିଲା।
ଆଗାମୀ ବର୍ଷ ସଭିଙ୍କ ସହଯୋଗ ରହିଲେ ମୁନିଗୁଡ଼ାରେ ଅନେକ ସାମାଜିକ କାର୍ଯ୍ୟ କରିବା ସହ ବାର୍ଷିକ ଉତ୍ସବ ମଧ୍ୟ ସମସ୍ତିଙ୍କ ପ୍ରସ୍ତାବିତ ସ୍ଥାନରେ ନିଶ୍ଚିତ କରାଯିବ।
ଏଥିସହିତ ସାମ୍ବାଦିକ କ୍ଷେତ୍ରରେ ବିଭିନ୍ନ ଅଞ୍ଚଳରେ ଘଟୁଥିବା ଅନେକ ଲଜ୍ଜ୍ୟା ଜନକ ଘଟଣାର ଉଦାହରଣ ଦେଇ ସମସ୍ତ ସଦସ୍ୟ ମାନଙ୍କୁ ଲକ୍ଷ୍ମଣ ରେଖା ମଧ୍ୟରେ ରହି କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ।ସାମ୍ବାଦିକତାର କାର‌୍ୟ୍ୟ ବହୁତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ।
ସମାଜରେ ନିଜେ ସ୍ୱଚ୍ଛ ରହିଲେ ଅନ୍ୟର ସ୍ବଚ୍ଛତା ବିଷୟରେ ପ୍ରଶ୍ନ ପଚାରିବା ସହଜ।
ଏଣୁ ନିଜ ନିଜର ଭୂମିକା ପ୍ରତି ସତର୍କ,ଯତ୍ନବାନ ଓ ନିଷ୍ଠାବାନ ରହିବାକୁ ଆହ୍ଵାନ ଦେଇ କହିଥିଲେ ସମ୍ବାଦ ପତ୍ରର ମୃତ୍ୟୁ ହୋଇପାରେ,ସାମ୍ବାଦିକତାର ନାହିଁ।ପରେ ଅନ୍ୟ ସାମ୍ବାଦିକମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ଓ ଖଟାମିଠା ସ୍ମୃତି ସବୁକୁ ବାଣ୍ଟିଥିଲେ।
ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ଅଭିଭାଷଣ ପ୍ରଦାନ ସହ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସାମ୍ବାଦିକ ମାନେ ବାବା ସାଇନାଥଙ୍କ ଅମୃତ ଦର୍ଶନ କରି ଶନି ସିଙ୍ଗାପୁର ଯାଇ ସେଠାରେ ଭଗବାନ ସନିଦେବଙ୍କ ଦର୍ଶନ କରି ଅନେକ ସ୍ମୃତି,ଅନୁଭୂତି ଓ ଭଗବାନଙ୍କ ଆଶିଷ ନେଇ ଟ୍ରେନ ଯୋଗେ ମୁନିଗୁଡ଼ା ଫେରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ନରେଶ ପାତ୍ର,ହାଡ଼ିପା ଗୌଡ଼,ସନାତନ ନାୟକ,ରାଜେଶ ସାହୁ,ଦକ୍ଷ ବାତ୍ରା,ପ୍ରସାଦ ସାହୁକାର, ସୁଦୀପ ମିଶ୍ର,ଧନୁ କୁସୁଲିଆ,ଆନନ୍ଦ ଟାକରି,କୈଳାଶ ଲାବଲା,ଖ୍ୟାମାସାଗର ଦାସ, ଲାଡି ଶଙ୍କର,ରାଜେଶ ପାତ୍ର,ଆନନ୍ଦ ରାଓ ପ୍ରମୁଖ ସାମ୍ବାଦିକ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031