Indus Valley Times

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ଦଣ୍ଡସେନା

 Breaking News

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ଦଣ୍ଡସେନା

ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ଦଣ୍ଡସେନା
October 18
21:26 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୮/୧୦: କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜରେ ନୂତନ ଦାୟିତ୍ୱ ପାଇଛନ୍ତି ପ୍ରମୋଦ କୁମାର ଦଣ୍ଡସେନା। ବାଲିଗୁଡା ବ୍ଲକ ବାରଖମା ଠାରେ ଅନୁଷ୍ଠିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ତାଙ୍କୁ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି।
ସମାଜର ସାଂଗଠନିକ ଶକ୍ତି ବୃଦ୍ଧି ସହ ଶିକ୍ଷା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟର ସୁରକ୍ଷା ଦିଗରେ ନୂତନ ଦାୟିତ୍ୱ ଗୁରୁତ୍ୱ ବହନ କରୁଛି। ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବଜାୟ ରଖିବା ସହ ସାମୂହିକ ବିକାଶକୁ ଆଗେଇ ନେବା ଏହି ଦାୟିତ୍ୱର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ଆଶା ପ୍ରକାଶ ପାଇଛି।
ନୂତନ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଦଣ୍ଡସେନା ସମାଜରେ ଶିକ୍ଷାର ପ୍ରସାର, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ କାର‌୍ୟ୍ୟ କରିବେ ବୋଲି କହିଛନ୍ତି। ତାଙ୍କର ଏହି ମନୋନୟନ ପରେ ପାଇକ ଖଣ୍ଡାୟତ କୁଳ ସମାଜର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ତାଙ୍କ ନେତୃତ୍ୱରେ ସମାଜର ସାଂଗଠନିକ କାର୍ଯ୍ୟକଳାପ ଆହୁରି ଗତିଶୀଳ ହେବା ସହ ସାମାଜିକ ଉନ୍ନତିର ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ସଦସ୍ୟ ମାନେ ଆଶାବାଦୀ ଅଛନ୍ତି।
ବିଏସ୍‌ଏଫ୍‌ର ହୀରକ ଜୟନ୍ତୀ ଅବସରରେ ବାଲିଗୁଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
ବାଲିଗୁଡ଼ା, ୧୮/୧୦ : ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ହୀରକ ଜୟନ୍ତୀ ପାଳନ ଅବସରରେ ‘ଶାନ୍ତି ଏବଂ ବିକାଶ ପାଇଁ କ୍ରୀଡ଼ା-୨୦୨୬’ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ୧୩୬ ବାଟାଲିୟନ୍ ବିଏସ୍‌ଏଫ୍‌ର ମିଳିତ ସହଯୋଗରେ ନଭେମ୍ବର ୪ ଓ ୫ ତାରିଖରେ ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ସ୍ତରରୁ ମନୋନୀତ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ନଭେମ୍ବର ୪ ତାରିଖ ସକାଳ ୯ଟାରେ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବ। ଏହାପରେ ପ୍ରତିଯୋଗିତା ଆରମ୍ଭ ହେବ। ନଭେମ୍ବର ୫ ତାରିଖ ସକାଳ ୧୧ଟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ, ଅଂଶଗ୍ରହଣକାରୀ ଦଳଗୁଡ଼ିକ ନଭେମ୍ବର ୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିବେ।
ପ୍ରତିଯୋଗିତା ଶେଷ ହେବା ପରେ ନଭେମ୍ବର ୫ ତାରିଖ ମଧ୍ୟାହ୍ନ ଭୋଜନ ପରେ ନିଜ ନିଜ ବ୍ଲକ୍‌କୁ ଫେରିବେ।
କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ପୁଲିସ କର୍ମଚାରୀ ମୁତୟନ କରିବାକୁ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ

ବାଲିଗୁଡ଼ା, ୧୮/୧୦: ଶାରଦୀୟ ନବରାତ୍ର ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟଖଣ୍ଡାଙ୍କ ପୀଠ। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମନ୍ଦିର ପରିସରରେ ଚାଲିଥିବା ନବରାତ୍ର ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଜାରି ରହିଛି।
ରବିବାର ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା।
ନବରାତ୍ରର ପ୍ରତ୍ୟେକ ଦିନ ଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପର ଆରାଧନା କରାଯାଉଥିବା ବେଳେ ଅଷ୍ଟମ ଦିନର ମହାଗୌରୀ ବେଶ ଭକ୍ତଙ୍କ ମନରେ ବିଶେଷ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଛି।
ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ଧାର୍ମିକ ବିଧିବିଧାନ ମଧ୍ୟରେ ଉତ୍ସବର ମାହୋଲ ଅଧିକ ଭକ୍ତିମୟ ହୋଇଉଠିଛି।
ଅନ୍ୟପକ୍ଷରେ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ମହାସପ୍ତମୀ ପୂଜା ଏବଂ ଶକ୍ତିପୀଠରେ ମହାଷ୍ଟମୀ ପୂଜା ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି।
ପୂଜାକାର୍ଯ୍ୟରେ ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ଧାର୍ମିକ ବିଧିବିଧାନ ସମ୍ପାଦନ କରୁଛନ୍ତି।ମା’ ପାଟଖଣ୍ଡାଙ୍କ ଆଶୀର୍ବାଦ ଲାଭ କରିବା ସହ ନବରାତ୍ର ଉତ୍ସବରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି।
ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031