Indus Valley Times

ପାରାଦୀପ: ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ୫ ଗିରଫ

 Breaking News

ପାରାଦୀପ: ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ୫ ଗିରଫ

ପାରାଦୀପ: ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ୫ ଗିରଫ
September 28
11:53 2022

ପାରାଦୀପ,୨୮/୯: ଟ୍ରକ୍ ବିକି ମାଲେମାଲ ହେବାକୁ ମାସେ ତଳେ ଘଟାଇଥିଲେ ଅମାନବୀୟ କାଣ୍ଡ । ଉଛୁଳା ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୁଲିସ୍ ୫ ଜଣଙ୍କୁ ବାନ୍ଧିଛି। ଏ ଯାଏ ଡ୍ରାଇଭରଜଣକ ନିଖୋଜ ଅଛନ୍ତି। ତାଙ୍କ ନାମ ସାହଦବ ଆଲମର ଓ ଘର ଉତ୍ତର ପ୍ରଦେଶରେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ସାହଦବ ଆଲମର ଗତ ଅଗଷ୍ଟ ମାସରେ ମାଲ ଆଣି ପାରାଦୀପ ଆସିଥିଲେ। ସେହି ଉତ୍ତର ପ୍ରଦେଶର ହୁକୁମ ସିଂ ଏବଂ ହରପାଲ ସିଂ ନାମକ ଆଉ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କ ସହ ସାହଦବ ଆଲମଙ୍କର ପାରାଦୀପରେ ଦେଖାସାକ୍ଷାତ ହୋଇଥିବା ବେଳେ ସମ୍ପର୍କ ଘନିଷ୍ଠ ହୋଇଥିଲା
ଏହାପରେ ଉକ୍ତ ୨ ଡ୍ରାଇଭର ସାହଦବଙ୍କ ଟ୍ରକ୍ ଚୋରି କରିବାକୁ ଯୋଜନା କରିଥିଲେ। ସେମାନେ ସାହଦବଙ୍କୁ ପାରାଦୀପ ସି-ବିଚ୍ ବୁଲାଇ ପ୍ରଚୁର ମଦ ପିଆଇଥିଲେ। ଅଗଷ୍ଟ ୨୧ ତାରିଖ ରାତିରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଠେଲି ଦେଇଥିଲେ।
ଏହାପରେ ଟ୍ରକକୁ ନେଇ ବୈଶିଙ୍ଗାର ଜଣେ ଢାବା ମାଲିକକୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ବିକି ଦେଇଥିଲେ। ଢାବା ମାଲିକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ମିଶି ଦେଉଳି ଡ୍ୟାମ ଜଙ୍ଗଲରେ ଟ୍ରକଟିକୁ ଲୁଚାଇ ରଖିଥିଲେ। ଏହାମଧ୍ୟରେ ସେ ଟ୍ରକ୍ଟିକୁ କବାଡିଆକୁ ବିକ୍ରି ପାଇଁ ମସୁଧା କରୁଥିଲେ।
ହେଲେ ଚାନ୍ଦୁଆ ପୁଲିସ ଏହାର ସୁରାକ ପାଇ ଟ୍ରକଟିକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଏହା ଏକ ଚୋରି ଟ୍ରକ୍ ବୋଲି ପୁଲିସ୍ ଜାଣିପାରି ପାରାଦୀପ ପୁଲିସ୍ ସହ ଯୋଗାଯୋଗ କରିଥିଲେ। ଏହି ଘଟଣାରେ ଅଭୟଚାନ୍ଦପୁର ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ହୁକୁମ ସିଂ ଏବଂ ହରପାଲ ସିଂ, ରାଜା, ଅମଜାଦ ଖାଁ, ଶେଖ ବଲାଲୁଦ୍ଦିନ ଓ ଗାଡ଼ିକୁ ବୈଶିଙ୍ଗାରୁ ଜମ୍ଭୀରା ନେଇଥିବା ବାପୁନୁ ।
ଏନେଇ ଅଭୟଚାନ୍ଦପୁର ଥାନା ଆଇଆଇସି କହିଛନ୍ତି, ଗତ ଅଗଷ୍ଟରେ ନୂଆଦିଲ୍ଲୀର ଜଣେ ବ୍ୟକ୍ତି ଆସି ନିଜ ପୁଅ ସାହଦବ ଆଲମର ନିଖୋଜ ଥିବା କହିଥିଲେ। ୨୦ ତାରିଖରୁ ସେ ଘର ସହ ଯୋଗାଯୋଗରେ ଥିଲେ। ହେଲେ ୨୧ ତାରିଖରୁ ପତ୍ତା ମିଳୁନି ବୋଲି କହିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଥିଲା।
ସାହଦବ ଆଲମର(ଚାନ୍ଦ) ଗାଡ଼ି ନେଇ ଓଙଉଖକୁ ଆସିଥିଲେ। ଉକ୍ତ ସମୟରେ ଆଉ ଏକ ଟ୍ରେଲର ମଧ୍ୟ ଓଙଉଖକୁ ଆସିଥିଲା। ଉକ୍ତ ଗାଡ଼ିର ଡ୍ରାଇଭର ଓ ହେଲପର ହୁକୁମ ସିଂ ଏବଂ ହରପାଲ ସିଂଙ୍କ ସହ ସାହଦବଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହାପରେ ସେମାନେ ପାରାଦୀପ ସି- ବିଚ୍ ଯାଇ ବୁଲାବୁଲି କରିଥିଲେ।
ପାରାଦୀପ ସି-ବିଚ୍ରୁ ଫେରିବା ପରେ ହରପାଲ ସିଂକୁ ସେମାନେ ପ୍ରଚୁର ମଦ ପିଆଇଥିଲେ। ଏହାପରେ ୨୧ ରାତିରେ ଭୁତମୁଣ୍ଡାଇ ପୋଲ ଉପରୁ ତାକୁ ମହାନଦୀକୁ ଠେଲି ଦେଇଥିଲେ। ଘଟଣାର ଖୋଳତାଡ଼ କରି ହରପାଲ ସିଂକୁ ଧରିବା ପରେ ସେ ସବୁ ମାନି ଯାଇଥିଲା। ଏହାପରେ ରାଜା ନାମକ ଯୁବକ ବାରିପଦାର ଶେଖ ବଲାଲୁଦ୍ଦିନ ନାମକ ଢାବା ମାଲିକଙ୍କୁ ଗାଡ଼ଇ ବିକିବା ପାଇଁ ମଧ୍ୟସ୍ଥ ହୋଇଥିଲେ। ଗାଡ଼ି ଫଟୋ ଦେଖିବା ପରେ ଶେଖ ବଲାଲୁଦ୍ଦିନ ରାଜାକୁ ୨ ଲକ୍ଷ ଦେଇଥିଲା। ଗାଡ଼ି କାଟି ବିକିବା ପରେ ଅବଶିଷ୍ଟ ଟଙ୍କା ଦେବ ବୋଲି କହିଥିଲା। ଏହାପରେ ପୁଲିସ୍ ଗାଡ଼ି ଜବତ କରି ତା’ ମାଲିକୁ ହସ୍ତାନ୍ତର କରିଥିଲା।
ହେଲେ ପୁଲିସ୍ ଆଜି ଯାଏ ସାହଦବ ଆଲମରଙ୍କ ପତ୍ତା ପାଉ ନ ଥିବାରୁ ସେ ଜୀବୀତ କି ମୃତ ଜଣାନାହିଁ। ପୁଲିସ୍ ସାହଦବଙ୍କୁ ଖୋଜିବାକୁ ସନ୍ଧାନ ଚଳାଇଥିବା କହିଛନ୍ତି ଆଇଆଇସି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031