Indus Valley Times

ପୁରୀରେ ପୁଣି ଖଜା ଗୋଦାମ ଉପରେ ଚଢ଼ାଉ, ୪ କୁଇଣ୍ଟାଲ ଖଜା ଓ ୫ଟି ଗ୍ୟାସ୍ ସିଲିଣ୍ଡର ଜବତ

 Breaking News

ପୁରୀରେ ପୁଣି ଖଜା ଗୋଦାମ ଉପରେ ଚଢ଼ାଉ, ୪ କୁଇଣ୍ଟାଲ ଖଜା ଓ ୫ଟି ଗ୍ୟାସ୍ ସିଲିଣ୍ଡର ଜବତ

ପୁରୀରେ ପୁଣି ଖଜା ଗୋଦାମ ଉପରେ ଚଢ଼ାଉ, ୪ କୁଇଣ୍ଟାଲ ଖଜା ଓ ୫ଟି ଗ୍ୟାସ୍ ସିଲିଣ୍ଡର ଜବତ
September 29
12:55 2026

ପୁରୀ, ୨୯/୯ : ଖଜା ଭାଟିରେ ପୁଣି ରେଡ୍ । ପୁରୀରେ ଖଜା ଭାଟି ଉପରେ ପୁଣି ପୋଲିସର ରେଡ୍। ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଚଢ଼ାଉ। ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକ ନିକଟରେ ଥିବା ଖଜା ଭାଟି ଉପରେ ରେଡ୍। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖଜା। ଖବରପାଇ ସକାଳୁ ରେଡ୍ କରିଛି ପୋଲିସ ଟିମ୍।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ପୁରୀରେ ବିକ୍ରି ହେଉଥିବା ଖଜାରେ ଅପମିଶ୍ରଣ ହେଉଥିବାର ଅଭିଯୋଗ ହୋଇଥିଲା । ଏହାପରେ ଆକ୍ସନମୋଡକୁ ଆସିଥିଲା ପୁରୀ ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ୟୁନିଟ । ବିଭିନ୍ନ ଟିମ୍ ଗଠନ କରି ପୁରୀ ସହରରେ ଚଢାଉ କରିଥିଲା ପୋଲିସ ।
ସେହି ସମୟରେ ଅନେକ ଅପମିଶ୍ରଣ ଜନିତ ଖଜା ଜବତ ହୋଇଥିଲା । ଏପିରିକି ଖରାପ ତେଲରେ ଛଣା ହେଉଥିବାର ଜଣାପଡିଥିଲା । ପୋଲିସର ଏହି ଚଢାଉରେ ବିପୁଳ ପରିମାଣର ଖଜା ଜବତ କରିବା ସହ ଦୋକାନୀଙ୍କ ବିରୋଧରେ ଜରିମାନା ଲଗାଯାଇଥିଲା ।
ତେବେ ଏହି ଘଟଣାକୁ କିଛି ଦିନ ବିତିଯାଇଥିବା ବେଳେ ଏବେ ପୁଣି ପୁରୀ ସହରରେ ରେଡ୍ ଚାଲିଛି । ସହରର ଥିବା ବିଭିନ୍ନ ଖଜା ଗୋଦାମରେ ଏକକାଳୀନ ଚଢାଉ କରିଛି ପୋଲିସ ଏବଂ ଖାଦ୍ୟ ସୁରକ୍ଷା ୟୁନିଟ୍ । ଏହି ଚଢାଉରେ ମଧ୍ୟ ବିପୁଳ ପରିମାଣର ଖଜା ଜବତ କରିଛି ପୋଲିସ । ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକ ନିକଟରେ ଥିବା ଖଜା ଭାଟି ଉପରେ ଚାଲିଛି ରେଡ୍। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖଜା

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930