ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
March 14
14:58
2026
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୩ : (ଶୁକ୍ରବାର) ଦିନ ଅପରାହ୍ନ ଘ ୨.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ସେଠାରେ ପହଞ୍ଚି ଡାକ୍ତର ଖାନାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ଓ ଚିକିତ୍ସକ୍ଷ ସୁବିଧା ସୁଯୋଗ ନେଇ ରୋଗୀ ମାନଙ୍କ ସହ ୱାର୍ଡ ରେ ଆଲୋଚନା କରିଥିଲେ । ପରେ ଡିଗ୍ରୀ ମହାବିଦ୍ୟାଳୟ ନିକଟରେ ନିର୍ମାଣାଧିନ ଡାକ୍ତରଖାନା କୋଠାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।
ନିର୍ମାଣ କାର୍ୟ୍ୟ ଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଠିକା ସଂସ୍ଥା କୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।






