Indus Valley Times

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

 Breaking News

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ
July 03
10:41 2025

ବଲାଙ୍ଗୀର, ୩/୭: ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ଟିଟିଲାଗଡ଼ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।ଆଜି ସକାଳୁ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରି ଖୋଲତାଡ଼ ଜାରି ରଖିଛନ୍ତି ।
ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଶ୍ରୀ ମାଝିଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର, ପୈତୃକ ଘର ସମ୍ବଲପୁରରେ ମଧ୍ୟ ରେଡ ଚାଲିଥିବା ଭିଜିଲାନ୍ସ ଡି ଏସ ପି ପୂଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି ।
ସେଥିମଧ୍ୟରେ ସମ୍ବଲପୁର ଟାଉନ୍, ୟୁନିଟ୍-୧୬ (ସାରଲା), ଝାରସୁଗୁଡାର ବ୍ରଜରାଜନଗର ୟୁନିଟ୍-୨, ଗାନ୍ଧାଗୋରା ମୌଜା ଠାରେ ଏକ ଦୁଇ ମହଲା କୋଠା ରହିଛି । ଏହା ସହିତ ଝାରସୁଗୁଡାର ବ୍ରଜରାଜନଗର, ୟୁନିଟ୍-୨ ଗଣ୍ଡାଗୋରା, ନୁଆଡିହି ମୌଜା ଠାରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଝାରସୁଗୁଡା ଜିଲ୍ଲା ଲହାଣ୍ଡାବୁଡରେ ଦୁଇଟି ହାଉସିଂ ବୋର୍ଡ ଘର ଏବଂ ଅଫିସ୍ ଚାମ୍ବର, ବଲାଙ୍ଗୀରର ଆର ଏବଂ ବି ଡିଭିଜନ୍, କାଣ୍ଟାବାଞ୍ଜି କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।
ସୂଚନା ଅନୁସାରେ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଛି। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031