Indus Valley Times

ବୌଦ୍ଧ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ

 Breaking News

ବୌଦ୍ଧ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ

October 09
22:06 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୦ : ବୌଦ୍ଧ ଆଜି ସ୍ଥାନୀୟ ଟାଉନ ହଲଠାରେ ଏ ମାଟିର ମଉଡମଣୀ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ କାର‌୍ୟ୍ୟକ୍ରମ ବୌଦ୍ଧ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଶାର ବରପୁତ୍ର ବିଜୁପଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ବୌଦ୍ଧ ଠାରେ ଉଦଘାଟନ କରିବା ପରେ ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏଥିରେ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ବୌଦ୍ଧ କୋପରେଟିଭ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ ଉପସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିବାବେଳେ ପୂର୍ବତନ ଉପନଗରପାଳ ବସନ୍ତ କୁମାର ସ୍ୱାଇଁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ବିଦ୍ୟାଧର ସ୍ୱାଇଁ ପ୍ରେମରାଜ ରଣା ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶାର ବିକାଶରେ ବିଜୁ ଜନତାଦଳର ଆବଶ୍ୟକତା ଓ ସେବା ସଂଗ୍ରାମ ଓ ସ୍ୱାଭିମାନ ର ପତାକାକୁ ଉର୍ଦ୍ଧରେ ତୋଳି ଧରି ସମଗ୍ର ଭାରତବର୍ଷରେ ଓଡିଶା କିଭଳି ଏକନମ୍ବର ସ୍ଥାନ ଦଖଲ କରିଥିଲା ।
ସେହି ସେବା ଓ ସଂଗ୍ରାମର ମନୋଭାବ ନେଇ ସ୍ୱାଭିମାନର ସହ ଜିଲ୍ଲା ତମାମ ଘରକୁ ଘର ବୁଲି ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ କରିଥିଲେ ।
ଏହି ଅଭିଯାନକୁ ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଭରଚୁଆଲ ମୋଡ଼ରେ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଠାରେ ଉଦଘାଟନ କରି ଦଳର ପ୍ରଥମ ସଦସ୍ୟତା ଗ୍ରହଣ କରିଥିଲା ।
ଠିକ ସେହିଭଳି ବୌଦ୍ଧରେ ଶ୍ରୀଯୁକ୍ତ ଅବକାଶ ସାହୁ ଓ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସଙ୍କୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଓ ମହିଧର ରଣା ପ୍ରଥମ ସଭ୍ୟକରି ଏହି ଅଭିଯାନକୁ ଶୁଭାରମ୍ଭ କରାଇଥିଲେ ।
ପରିଶେଷରେ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାସଙ୍ଗେ କରାଇଥିଲେ ଏଥିରେ ସମଗ୍ର ଜିଲ୍ଲାରୁ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930