Indus Valley Times

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ

 Breaking News

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ

ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ
March 17
19:33 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୧୬/୩: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରେଳ ବିଭାଜର ଡେପୁଟି ଚିପ୍ ଇଞ୍ଜିନିୟର ଆର. କେ. ମହାନ୍ତ,ି ପୁର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ନିର୍ମାଣ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀ କରିଥିବା ଅଭିଯୋଗର ସ୍ଥିତି ପରଖିଥିଲେ । ପରେ ପୋଖରିକୁ ନଷ୍ଟ ନକରି ତାଉପରେ ଏକ ପୋଲ ନିର୍ମାଣ କରି ରେଳ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାସହ ଅଭିଯୋଗକାରୀଙ୍କୁ ତାଙ୍କ ଦାବି ଅନୁଯାଇ ଯଥାଶିଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାନେଇ ପ୍ରତିଶୃତି ଦେଇଥିଲେ । ଏଠାରେ ସୁଚନାଯୋଗ୍ୟଯେ ଖୋର୍ଦ୍ଧା-ବଲାଙ୍ଗିର ରେଳରାସ୍ତା ବିରାମଚନ୍ଦ୍ରପୁର ଗ୍ରାମର ଏକ ପୋଖରୀ ପୋତି ନିର୍ମାଣ କରିବାର ଯୋଜନାକୁ ଗ୍ରାମବାସୀ ବିରୋଧ କରିଥିଲେ ।
ସହକାରୀ ଯନ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା: ଜଣେ ଗିରଫ,ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ତିନି ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଚାଲୁ

ବୌଦ୍ଧ; ୧୭/୩: ବୁଧବାର କଂଟାମାଳ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଂଜନ ସେଠୀଙ୍କୁ ବରଗୋଛା ଗ୍ରାମର ସାନ୍ତନୁ ଥାଟୀ ଓ ତାର କେତେକ ସହଯୋଗୀ ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ନେଇ ଗୁରୁବାର ଜିଲ୍ଲାର ତିନି ବ୍ଲକର କର୍ମଚାରୀ ମାନେ କଲମଛାଡ ଆନ୍ଦୋଳନ କରି ନିଜ ନିଜର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ ।
ଇତି ମଧ୍ୟରେ କଂଟାମାଳ ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ସୌମ୍ୟ ରଂଜନ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ମାନଙ୍କୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାଯାଏ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀ ମାନେ ଦାବି ରଖିଛନ୍ତି ।
ଏଠାରେ ସୁଚନାଯୋଗ୍ୟଯେ ଶ୍ରୀସେଠୀ କାହିଁକି ବିଜୟୀ ସରପଞ୍ଚଙ୍କ କାର୍ଯ୍ୟବିଲ କଲେ ତାକୁନେଇ ତାଙ୍କୁ ଅଭିଯୁକ୍ତ ଭୁଜାଲିରେ ଆକ୍ରମଣ କରିଥିଲା ବୋଲି ଆହାତ ସହକାରୀ ଯନ୍ତ୍ରୀ ଶ୍ରୀସେଠୀ ଏଠାରେ ପ୍ରକାଶ କରିଛନ୍ତି । ଖବରପାଇ ଡିଏସପି ତପସ୍ୱୀନୀ କହଁର ଧାରଣାରତ କର୍ମଚାରୀଙ୍କ ନିକଟରେ ପହଞ୍ôଚ ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ କର୍ମଚାରୀ ମାନେ ଆନ୍ଦୋଳନ ଚାଲୁ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031