Indus Valley Times

ପୌର ପରିଷଦ ପକ୍ଷରୁ ଆରମ୍ଭ ହେବ-ସହର ବାସୀଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ ଓ ହେଲ୍ପ ଲାଇନ ପ୍ରକୋଷ୍ଠ

 Breaking News

ପୌର ପରିଷଦ ପକ୍ଷରୁ ଆରମ୍ଭ ହେବ-ସହର ବାସୀଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ ଓ ହେଲ୍ପ ଲାଇନ ପ୍ରକୋଷ୍ଠ

June 24
21:51 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୬ : ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ସହର ବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ପୌର ପରିଷଦ ପକ୍ଷରୁ ଏଣିକି ଆରମ୍ଭ କରାଯିବ , ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପ ଲାଇନ ପ୍ରକୋଷ୍ଠ ଓ ଏହା ଆସନ୍ତା ଜୁଲାଇ ମାସ ଠାରୁ ଉପଲବ୍ଧ ହେବ ।
ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ସହକାରୀ ଜିଲ୍ଲାପାଳ ତଥା ପୌର ପରିଷଦର ଭାରପ୍ରାପ୍ତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ।
ପୌର ଅଧ୍ୟକ୍ଷା ଶ୍ରୀମତୀ ସେଠୀ , ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ପାରଳା ସହରବାସୀ ଯେଭଳି ସମସ୍ତ ସେବା ଓ ସୁବିଧା ନିରନ୍ତର ଭାବେ ପାଇ ପାରିବେ , ସେଥିପାଇଁ ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ ।
ଏହି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ୱିତ କରିବା ପାଇଁ ଏକ ହେଲ୍ପ-ଲାଇନ ପ୍ରକୋଷ୍ଟ ଖୋଲାଯିବ , ଯାହାର ଫୋନ ନଂ ୭୭୩୫୮୩୪୪୮୦ ଏବଂ ଏହି ନମ୍ବର ସମସ୍ତ ପ୍ରକାରର ଅଭିଯୋଗ ପାଇଁ ଉପଲବ୍ଧ ହେବ ।
ଏଥିରେ ମୁଖ୍ୟତଃ ସହରର ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଓ ବସ୍ତି ଆଲୋକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଅଭିଯୋଗ ଆସିବା କ୍ଷଣି ତୁରନ୍ତ ତାର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ।
ଜନ ଅଭିଯୋଗ ଶୁଣାଣୀ ଆସନ୍ତା ଜୁଲାଇ ମାସ ଠାରୁ ଏବଂ ଏହା ମାସର ପ୍ରଥମ ମଙ୍ଗଳବାର ଦିନ ପୂର୍ବାହ୍ନ ଘ:୧୦-୩୦ ଠାରୁ ୨ ଟା ପର୍ଯ୍ୟନ୍ତ ପ୍ରତି ମାସରେ ଏହା ନିୟମିତ ଭାବେ ଅନୁଷ୍ଠିତ ହେବ ।
ମଙ୍ଗଳବାର ଦିନ ଯଦି ଛୁଟି ପଡେ , ତା\’ହେଲେ ଏହା ତାର ପରଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ଜନ ଶୁଣାଣୀ ଅଭିଯୋଗରେ ସମସ୍ତ ପ୍ରକାରର ଅଭିଯୋଗ ଶୁଣାଯିବ, ଏଥିପାଇଁ ଅଭିଯୋଗ ସମ୍ପର୍କିତ ସମସ୍ତ ବିଭାଗିୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ , ଏବଂ ଆବଶ୍ୟକ ସ୍ଥଳେ ରେଣ୍ଡମ ଫିଲଡ଼ ଭିଜିଟ ମଧ୍ୟ କରାଯିବ ବୋଲି କହିଥିଲେ ।
ପୌର ପରିଷଦକୁ ଅଧିକ ସରସ ସୁନ୍ଦର କରାଯିବା ସହ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ଠାରେ ଉତ୍ତମ ସେବା ପହଞ୍ଚାଇବା ପାଇଁ ପୌର ପରିଷଦ ସର୍ବଦା ପ୍ରୟାସ ଜାରୀ ରଖି କାର୍ଯ୍ୟ କରିବ ଏବଂ ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହି ସାମ୍ବାଦିକ ସମ୍ମିଳନୀରେ ଉଭୟେ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଉପାଧ୍ୟକ୍ଷ୍ୟ ଶ୍ରୀ ଲେଙ୍କା ମଧୁ ମଞ୍ଚାସୀନ ଥିବା ବେଳେ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ଏବଂ ପୌର ପରିଷଦର ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରି ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031